ତହସିଲଦାରଙ୍କୁ ଘେରାଉ ଘଟଣାରେ ଦୁଇ ଅଭିଯୁକ୍ତ ଗଲେ ଜେଲ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ତହସିଲଦାର ଘେରାଉ ଘଟଣାରେ ଦୁଇ ଅଭିଯୁକ୍ତ କୁ ମଙ୍ଗଳବାର ଗିରଫ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ କଙ୍କୋରଡା ଗ୍ରାମର କୃଷ୍ଣ ଚନ୍ଦ୍ର ପାଢ଼ୀ ଓ ଅର୍ଜୁନ ସାହୁ l  ଗତ ଅଗଷ୍ଟ ୧ ତାରିଖରେ ଦୁଇ ଅଭିଯୁକ୍ତ ବୁଲୁ ପଢିଆଳି ଓ ସୁବାସ ଚନ୍ଦ୍ର ସେଠୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ l ପ୍ରକାଶ ଯେ  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗ୍ରାମରେ ପଜିଟିଭ ଚିହ୍ନଟ ପରେ ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଔଷଧ ଦୋକାନ ଗୁଡିକୁ ଜୁଲାଇ ୨୭ ରେ ସାନଖେମୁଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିଲା l ଜୁଲାଇ ୩୦ ରେ   ତହସିଲ ପ୍ରଶାସନ କଙ୍କୋରଡା ଗ୍ରାମରେ ପହଞ୍ଚି  ଶଟ୍‌ଡାଉନ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଗ୍ରାମବାସୀ ଘେରାଉ କରି ହୋହଲ୍ଲା କରିଥିଲେ, ସାନଖେମୁଣ୍ଡି  ତହସିଲଦାର ଅମିତ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସମୟରେ ତହସିଲଦାର ଙ୍କୁ ଘେରାଉ କରିଥିଲେ l ପରେ ତହସିଲଦାର ସିଲ୍‌ ହୋଇଥିବା ଔଷଧ ଦୋକାନ ଖୋଲିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଧେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଜୁଲାଇ  ୩୧ ତାରିଖରେ କଙ୍କୋରଡା ଗ୍ରାମର ୨୦୦ ରୁ ଉର୍ଦ୍ଧ ଲୋକ ଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି l ଏତଲା କୁ ଭିତ୍ତି କରି ପାଟପୁର ପୋଲିସ ୧୮୬/୨୦ ମାମଲା ରୁଜୁ କରି ତଦନ୍ତ ଚଳାଇ ଅଗଷ୍ଟ ୧ ରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମଙ୍ଗଳବାର ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ