ଚୋରା ବାଲି ଚାଲାଣରେ ଚଢାଉ ୨ ଟ୍ରାକ୍ଟର ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ତହସିଲ ଋଷିକୂଲ୍ୟା ନଦୀ ପଠା ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଥିବା ବାଲି ମାଫିଆଙ୍କ ଚୋରା ବାଲି ଚାଲାଣ ଉପରେ ନଜର ପଡିଛି । ବିଶେଷତଃ ନିଶାର୍ଦ୍ଧ ରାତ୍ରରୁ ଭୋର ସମୟ ପର୍ଯ୍ୟନ୍ତ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ଏବେ ମାଫିଆଙ୍କ କୁଟିର ଶିଳ୍ପ ପାଲଟିଛି । ଗୋଟିଏ ପଟେ ସରକାରଙ୍କ ବିପୁଳ ପରିମାଣର ରାଜସ୍ୱ କ୍ଷତି ହେଉଥିବା ବେଳେ ଅନ୍ୟ ପକ୍ଷରେ ବାଲି ମାଫିଆଙ୍କ ରାଜସ୍ୱ ବୃଦ୍ଧି ପାଇଛି । ନିଲାମ ହୋଇନଥିବା ବାଲି ସୌରାତରୁ କିଛି ସହଯୋଗୀଙ୍କୁ ମୁଖ୍ୟ ରାସ୍ତାରେର ନିୟୋଜିତ କରି ଟ୍ରାକ୍ଟର ଟ୍ରାକ୍ଟର ଚୋରା ବାଲି ଗଚ୍ଛିତ ରଖିବା ସହ ବାଲି ମାଫିଆ ନିକଟସ୍ଥ ଗ୍ରାମାଂଚଳରେ ଚୋରା ଚାଲାଣ କରିବା ଏବେ ନିତିଦିନିଆ ଘଟଣା ପାଲଟିଛି । ଚଳିତ ମାସ ୯ ତାରିଖରେ ଖରିଡା ସ୍ଥିତ ବାଲି ଶଯ୍ୟାରୁ ବାଲି ଉତ୍ତୋଳନ ସକାଶେ ସର୍ବସାଧାରଣର ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ହେଲେ ପୂର୍ବରୁ ଓ ବର୍ତ୍ତମାନ ସଂପୃକ୍ତ ସୌରାତ ଉତ୍ସରୁ କିଛି ବାଲି ମାଫିଆ ରୀତିମତ ନିଶାର୍ଦ୍ଧ ରାତିରେ ବାଲି ଚୋରା ଚାଲାଣ କରୁଥିବା ଦେଖାଯାଇଛି । ହିଞ୍ଜିଳି ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚୋରା ବାଲି ଚାଲାଣ ଅଭିଯୋଗରେ ୨ ବାଲି ଟ୍ରାକ୍ଟରକୁ ଜବତ କରିଛି । ହିଞ୍ଜିଳି ଥାନା ଖରିଡା କରେଇଶୁଣୀ ମନ୍ଦିର ନିକଟରେ ୨ ବାଲି ପରିବହନକାରୀ ଟ୍ରାକ୍ଟର (ଓଡି୦୭ବି ୯୬୭୩ ଓ ଓଡି୦୭ଏଇ ୩୦୮୪)କୁ ଜବତ କରି ଥାନାରେ ଅଟକ ରଖିଛି ।ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ଥାନା ଏସଆଇ ସିର୍ଦ୍ଧାର୍ଥ ଜେନା,ଏଏସଆଇ ଅନନ୍ତ ଶବର, କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ