ଚୋରା ମଦ ଜବତ, ଜଣେ ଗିରଫ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ପଂଚାୟତସ୍ଥିତ ଦେବିଦୋଳ ଅଂଚଳରେ ନାଉଗାଁ ପୋଲିସ ପକ୍ଷରୁ ଚଢାଉ କରାଯାଇ ଚୋର ମଦ ଜବତ କରାଯିବା ସହ ଚୋରା ମଦ ବେପାରୀକୁ ଶନିବାର ଗିରଫ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଉକ୍ତ ଅଂଚଳରେ ଚୋରା ମଦ କାରବାର ହେଉଥିବା ନାଉଗାଁ ଥାନା ଏସଆଇ ପ୍ରତାପ କୁମାର ଦାଶ ସୂଚନା ପାଇଁ ସଦଳବଳେ ଚଢାଉ କରିଥିଲେ । ଏହି ଚଢାଉରେ ସାଢେ ୩ ଲିଟରରୁ ଉର୍ଦ୍ଧ ଚୋରା ମଦ ଜବତ ସହିତ ଚୋରା ମଦ ବେପାରୀ ଭରତ ସାମଲଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ