ଚୋରା ମଦ ଜବତ, ବେପାରୀକୁ କୋର୍ଟ ଚାଲାଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଅରଖପାରୀ ଗ୍ରାମର ଜୈନିକ ଚୋରା ମଦ ବେପାରୀକୁ ଧରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଚୋରା ମଦ ବେପାରୀ ଜଣକ ହେଲେ ମଙ୍ଗୁଳି ଓରଫ ମନୋଜ ସେଠୀ(୩୦) ।ଥାନାରୁ ମିଳିଥିବା ସୂଚନା ଅନୁସାରେ ରବିବାର ସଂଧ୍ୟାରେ ଏସଆଇ ରଘୁନାଥ ଟୁଡୁ ପାଟ୍ରୋଲିଂ କରିବା ସମୟରେ ଅରଖପାରୀ ଗାଁ ନିକଟରେ ଏକ କ୍ୟାବିନରେ ଜଣେ ବ୍ୟକ୍ତି ମଦ ବେପାର କରୁଥିବା ବିଶେଷସୁତ୍ରରୁ ଖବର ପାଇ ଛକ ନିକଟରେ ଚଢଉ କରିଥିଲେ । ଏହି ଚଢଉରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ୧୩ ଲିଟର ୬୦ମିଲିଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିଲା । ଥାନା ପକ୍ଷରୁ ଏକ ମାମଲା ୨୬/୨୦୨୩ ରେ ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଅନିରୁଦ୍ଧ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ