ଚୋରି ଉଦ୍ୟମ ପଣ୍ଡ , ୩ ଅଭିଯୁକ୍ତ ଗିରଫ

ନାଉଗାଁ ,(ଯୁଗାବ୍ଦ ନ୍ୟୁଜ୍) : ବାରଙ୍ଗ ପୋଲିସକୁ ମିଳିଛି ସଫଳତା । ଶୁକ୍ରବାର ଦିନ ବାରଙ୍ଗ ଅଂଚଳରୁ ଚୋରି ଉଦ୍ୟମ କରୁଥିବା ସମୟରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପରି୍ଚୟ ଭୂବନେଶ୍ୱରର ବାରଙ୍ଗ ଥାନା ଅଂଚଳର ସ୍ୱାଇଁଙ୍କ ଅଶୋକ ସ୍ୱାଇଁ ଓରଫ ଆସୁ ,ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟ ଗୋବରୀକୂଳ ଗ୍ରାମର ମୁକେଶ ସ୍ୱାଇଁ , ନିଆଳିଥାନା ଦିନସିଂପାଟଣାର ଅଜିତ ସିଂ ବୋଲି ଜଣାପଡିଛି । ପୋଲିସ ସେମାନଙ୍କ ୁ ଗିରଫ କରି ପଚାରା ଉଚାରା କରୁଥିବା ସମୟରେ ନାଉଗାଁ ଅଂଚଳରୁ ଜୁଲାଇ ୧୪ ତାରିଖରେ କାକଟପୁର ଥାନା ଅଂଚଳରୁ ବନ୍ଧୁକ ଦେଖାଇ ୬୭ ହଜାର ଟଙ୍କା ଲୁଟ୍ କରିଥିବା କଥା ସ୍ୱୀକାର କରିଛନ୍ତି । ଏହା ସହ ୩ ଅଭିଯୁକ୍ତଙ୍କ ନାମରେ କାକଟପୁର ,ନାଉଗାଁ , ନିଆଳି ଥାନାରେ ୧୪ ରୁ ଉର୍ଦ୍ଧ ଅପରାଧିକ ମାମଲା ରହିଥିବା ଜଣାପଡିଛି । ପୋଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ