ଛଟପର୍ବ ପାଇଁ ଉତ୍ସବ ମୁଖର ରାଇରଙ୍ଗପୁର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ) : ରାଇରଙ୍ଗପୁରରେ ଚାଲିଛି ଛଟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ରାଇରଙ୍ଗରପୁର । ସୂର୍ୟ୍ୟ ସକଳ ସୃଷ୍ଟିର ଆଧାର ହେଇଥିବାରୁ ହିନ୍ଦୁମାନେ ତାଙ୍କୁ ନିଷ୍ଠାର ସହ ପୂଜା କରିଥାନ୍ତି । ବିହାରୀ ସଂପ୍ରଦାୟର ଲୋକମାନେ କାର୍ତ୍ତିକ ମାସର କାଳୀପୁଜା ଅମାବାସ୍ୟା ପରଦିନଠାରୁ ୬ ଦିନ ନିଷ୍ଠାର ସହ ଏହି ପର୍ବ ପାଳନ କରିଥାନ୍ତି । ବହୁ ବର୍ଷହେଲା ବିହାରୀ ସଂପ୍ରଦାୟର ଲୋକମାନେ ରାଇରଙ୍ଗପୁର ସହର ପେଟ ଭିତରେ ଯାଇଥିବା ଖଡଖାଈ ନଦୀ ପଠାରେ ସୂର୍ୟ୍ୟଙ୍କୁ ପୂଜା କରିଥାନ୍ତି । ୧୯୯୪ମସିହାଠାରୁ ଛଟ କମିଟି ତରଫରୁ ଶୃଙ୍ଖଳା ରକ୍ଷା ସହ ଖଡଖାଈ ନଦୀ କୂଳରେ ଅମାବାସ୍ୟା ପରଠାରୁ ଚତୁର୍ଥ ଦିନ ତଥା ବ୍ରତର ପ୍ରଥମ ଦିନ ନାସାର ଠାରେ (ଲାଉ ତରକାରୀ ଭାତ) ଖାଇ ବ୍ରତ ପାଳନ ପାଳନ କରିଥାନ୍ତି,୫ମୀ ତଥା ବ୍ରତର ଦିତୀୟ ଦିନ ଖରନା(କ୍ଷିରୀ ଭୋଗ) ଖାଇ ବ୍ରତ ପାଳିଥାଆନ୍ତି , ତୃତୀୟ ଦିନ ତଥା ବ୍ରତର ଷଷ୍ଠୀ ଦିନ ନିର୍ଜଳା ଉପବାସ କରିଥାନ୍ତି ଏବଂ ସଂଧ୍ୟାରେ ନଦୀ ପଠାରେ ଅସ୍ତଗାମୀ ସୂର୍ୟ୍ୟଙ୍କୁ ଜଳଢାଳି ଅର୍ଘ୍ୟ ଅର୍ପଣ କରିଥାନ୍ତି । ଶେଷଦିନ ତଥା ସପ୍ତମୀ ଦିନ ଉଦିତ ସୂର୍ୟ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତ ଭାଙ୍ଗଥାନ୍ତି । ଆଜିର ଶେଷଦିନରେ ରାତି ୩ଟାରୁ ହଜାର ହଜାର ଶ୍ରଦ୍ଧାଳୁ ନଦୀରେ ଗାଧୋଇ ଫଳ,ଆଖୁ, ଇତ୍ୟାଦି ଧରି ସୂର୍ୟ୍ୟ ଉଦୟ ସମୟରେ ଜଳ ଢାଳି ଅର୍ଘ୍ୟ ଅର୍ପଣ କରି ଉପବାସ ଭାଙ୍ଗିଥିଲେ । ବିହାରୀ ସଂପ୍ରଦାୟ ସମେତ ଅନ୍ୟ ଧର୍ମାବଲମ୍ବୀ ଲୋକ ମଧ୍ୟ ଏହି ଧାର୍ମିକ କାମରେ ଯୋଡ଼ି ହୋଇଥିଲେ । କିଛି ମାନସିକଧାରୀ ଏହି ଛଟ୍ ପର୍ବରେ ନିଜର ମାନସିକ ପୂରଣ ପାଇଁ ପିଲାଙ୍କ ବାଳ ନଦୀ ପଠାରେ ପକାଇଥାନ୍ତି । ଏହି ଧାର୍ମିକ କାମରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ନବିନ ରାମ, ବରିଷ୍ଠ ନାଗରିକ ସଭାପତି ରସାନନ୍ଦ ଲେଙ୍କା, ଦିଲିପ ମହାନ୍ତି, ରଂଜନ ନନ୍ଦ ଗଣେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ସହ ଛଟ୍ ପର୍ବ ପାଳନ ହୋଇଥିବାରୁ ଛଟ୍ କମିଟିର ଅଧ୍ୟକ୍ଷ ବିଜୟ ରାମ ଏବଂ ସଂପାଦକ ରାଜେଶ ପ୍ରଜାପତି ରାଇରଙ୍ଗପୁର ବାସୀଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।


