ଭାଇରାଲ ହେଲା “ଇଣ୍ଡିୟାନ୍-୨’ର ଫଟୋ
ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ “ଇଣ୍ଡିୟାନ୍-୨’ର ଶୁଟିଂ ଏବେ ଗ୍ୱାଲିୟରକୁ ସିଫ୍ଟ କରି ଦିଆଯାଇଛି । ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ ଏହାର ଏକ ଆକ୍ସନ ସିନ୍ ଶୁଟ୍ କରାଯାଇଥିଲା । ତେବେ ଗ୍ୱାଲିୟର ସିପ୍ଟ ହେବା ଖବର ଡିଜାଇନର ଅମୃତା ରାମ ତାଙ୍କ ଟୁଇଟରରେ ସୂଚନା ଦେଇଛନ୍ତି । ୧୯୯୨ରେ ତାମିଲ ବ୍ଲକବଷ୍ଟର ଇଣ୍ଡିୟାନର ସିକ୍ୱିିଏଲ ହେଉଛି “ଇଣ୍ଡିୟାନ୍-୨’ । ପାଖାପାଖି ୨ ଦଶକ ପରେ ହାସନ ଓ ଶଙ୍କର ଏକାଠି କାମ କରୁଛନ୍ତି । ଏଥିରେ ସିଦ୍ଧାର୍ଥ, କାଜଲ ଅଗ୍ରୱାଲ, ରକୁଲ ପ୍ରୀତ ସିଂ ଓ ପ୍ରିୟା ଭବାନି ଶଙ୍କର ପ୍ରମୁଖ ଅଭିନୟ କରିଛନ୍ତି ।


