ଛତ୍ରପୁର ଏନଏସିର ପ୍ରତ୍ୟକ ଘରକୁ ମିଳିବ ୟୁନିକ ନମ୍ବର ; ଖୁବ ଶୀଘ୍ର ଆରମ୍ଭ ହେବ ଡିଜିଟାଲ ଡୋର ନମ୍ବରିଙ୍ଗ

ଛତ୍ରପୁର, (ଦେବଦତ୍ତ ମହାରଣା): ଖୁବ ଶୀଘ୍ର ଛତ୍ରପୁର ସହରାଂଚଳରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ଡୋର ନମ୍ବରିଙ୍ଗ ସର୍ଭେ । ଯେଉଁଥିରେ ଡୋର ଟୁ ଡୋର ନମ୍ବରିଙ୍ଗ କରାଯିବ । ଏକ ୟୁନିକ୍ ନମ୍ବର ମାଧ୍ୟମରେ ଏନଏସିର ସମସ୍ତ ତଥ୍ୟ ରହିପାରିବ । ଏହି ସର୍ଭେ କାମ ଜିଆଇସି କନସେରଟିୟମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀ କରାଯିବ । ପ୍ର୍ରୋଗ୍ରାମ କୋର୍ଡିନେଟର କଘ୍ଲେୟା କେଶରୀଙ୍କ ତତ୍ୱାବଧାନରେ ଆଉ ଦୁଇରୁ ତିନି ଦିନ ମଧ୍ୟରେ ଛତ୍ରପୁର ଏନଏସିରେ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବାର ସୂଚନା ମିଳିଛି । ଏନେଇ ମଙ୍ଗଳବାର ଛତ୍ରପୁର ଏନଏସି କାର୍ଯ୍ୟାଳୟ ପରିସରରେ ଛତ୍ରପୁର ତହସିଲଦାର  ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ ଦ୍ୱାରା ଏନଏସିର ପ୍ରତ୍ୟେକ ଘରକୁ ଏକ ୟୁନିକ୍ ନମ୍ବର ଦିଆଯିବ । ଯାହା ଫଳରେ ଘରର ଠିକଣା ଜାଣିବା ଅତ୍ୟନ୍ତ ସହଜ ହୋଇପାରିବ ଏବଂ ଏନଏସି ବାସିନ୍ଦା ଅନଲାଇନ ମାଧ୍ୟମରେ ଅଭିଯୋଗ କରିବା ଦ୍ୱାରା ଘରର ନମ୍ବର ଦ୍ୱାରା ଉକ୍ତ ଘରର ଥିବା ସମସ୍ୟାକୁ ସମାଧାନ କରିବାରେ ସହାୟକ ହୋଇପାରିବ । ଉକ୍ତ ବୈଠକରେ ଛତ୍ରପୁର ଏନଏସିର ଏସ୍‌. ଦାଲେୟା ରେଡ୍ଡି, ଜି.ଜଗଦୀଶ, ଯୁଗଳ କିଶୋର ଦାଶ, ସିଏମଏମ ଶ୍ରୀମନ୍ତ କୁମାର ପାତ୍ରଙ୍କ ସମେତବହୁ କର୍ମଚାରୀ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ