ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ନିନ୍ଦା : ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ମାଡ ଓ ବେଡି ପକାଇବା ଘଟଣାକୁୁ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁୁ ଦୃଢ ନିନ୍ଦା କରାଯିବା ସହ ଏଥିରେ ସଂପୃକ୍ତ ଥିବା ପୋଲିସ୍ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରାଯାଇଛି । ସାମ୍ବାଦିକଙ୍କ ପ୍ରତି ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗୋଡରେ ବେଡି ପକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଗଣନ୍ତ୍ରରେ ବିଭିନ୍ନ ମତକୁ ସମ୍ମାନ ଦେବାକୁ ପଡେ । କିନ୍ତୁ ଏକ କୁଖ୍ୟାତ ଅପରାଧି ଭଳି ଜଣେ ସାମ୍ବାଦିକଙ୍କୁ ବେଡି ପକାଇବା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ଏହି ଘଟଣାକୁ ନେଇ ଆଜି ଛତ୍ରପୁର ପ୍ରେସ କ୍ଲବର ସମସ୍ତ ସଦସ୍ୟ ମାନେ ଘୋର ନିନ୍ଦା କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହା ଉପରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠଠାନ ନେବାକୁୁ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଦାବିି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ