ଜନ ଆରୋଗ୍ୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ବଡକୁସ୍ତଳୀ ସ୍ୱାସ୍ତ୍ୟ ଆରୋଗ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବଡକୁସ୍ତଳୀ ସରପଂଚ ସୁନିତା ସେଠୀ, ଲୁହାଝର ସରପଂଚ ପି. କମଳା ରେଡ୍ଡୀ, ଭଞ୍ଜବିହାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଆୟୁଶ ଡାକ୍ତର କୃଷ୍ଣ ଚନ୍ଦ୍ର ପାଲ ପ୍‌ରମୁଖ ଯୋଗ ଦେଇ ଆଗାମୀ ଦିନରେ ସ୍ୱାସ୍ଥ୍ୟକେନ୍ଦ୍ର ର ବିକାଶ ଦିଗରେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବର୍ହିଃ ବିଭାଗ ଓ ଟିକାକରଣ ନିମନ୍ତେ ଦୁଇଟି କଠୋରୀ ନିର୍ମାଣ କରାଯିବା ସହିତ ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହି ଅବସରରେ ଆରୋଗ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଦିବ୍ୟ ରଶ୍ମି ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ଜେନା, ରିତା ବାଡତ୍ୟାଙ୍କ ସମେତ ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ