ଛାତରୁ ପଡ଼ି ମହିଳା ଆହତ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ସୋମବାର ମଧ୍ୟାହ୍ନରେ ଛାତରୁ ପଡ଼ି ଜଣେ ମହିଳା ଆହତ ହୋଇଛନ୍ତି । କୋଣାର୍କ ଥାନା ଅନ୍ତର୍ଗତ ମୂଳିସାହି ଗ୍ରାମର ପୂଜାରିଣୀ ସାହୁ(୨୦) ଛାତ ଉପରୁ ତଳକୁ ଗଳି ପଡି ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କୋଣାର୍କ ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ଜ୍ୟୋତି ପ୍ରକାଶ ରଥ ପ୍ରଥମେ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ପରେ ଅବସ୍ଥା ଗରୁତର ହେବାରୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।


