ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍ଘାଟିତ

ମୁମ୍ବାଇ, (ଏଜେନ୍ସି): ଦେଶର ସବୁଠୁ ବିଶ୍ୱାସଯୋଗ୍ୟ ବୀମା କମ୍ପାନୀ ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଇନ୍ଫିନିଆ ଟାୱାରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି । ଏହି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏସ୍ବିଆଇର ସମ୍ପୂର୍ଣ୍ଣ ସୁରକ୍ଷା ଉତ୍ପାଦ ସମାଧାନ ପୋର୍ଟଫୋଲିଓ ଭୁବନେଶ୍ୱର ବାସିନ୍ଦାଙ୍କୁ ପ୍ରଦାନ କରିବ । ଫଳରେ ଏହି ଅଞ୍ଚଳରେ ଜୀବନ ବୀମା ସମାଧାନ ଅଧିକ ପହଞ୍ଚିପାରିବ । ଯଦ୍ୱାରା ୪୦ଟି ଶାଖାର ସୁଦୃଢ଼ ନେଟୱର୍କ ସହିତ ଓଡ଼ିଶାରେ ଏସ୍ବିଆଇ ଲାଇଫ୍ ଏହାର ଉପସ୍ଥିତିକୁ ସୁଦୃଢ଼ କରିବ । ଭାରତରେ ଓଡ଼ିଶା ହେଉଛି ସର୍ବାଧିକ ସମ୍ଭାବନା ଥିବା ରାଜ୍ୟ, ଯେଉଁଠାରେ ବୀମା ସମାଧାନ କମ୍ ପହଞ୍ଚିଥିବାରୁ ଏଠାରେ ବୀମା କମ୍ପାନୀଗୁଡ଼ିକ ପାଇଁ ଗ୍ରାହକଙ୍କ ଆବଶ୍ୟକତାକୁ ଅଭିନବ ଢଙ୍ଗରେ ସମାଧାନ କରିବା ଏବଂ ସେହି ଅନୁସାରେ ବ୍ୟକ୍ତିଗତ ସୁହାଇବା ଭଳି ଉତ୍ପାଦ ସମାଧାନ ପ୍ରଦାନ କରିବା ପାଇଁ ବିଶେଷ ସୁଯୋଗ ରହିଛି । ଗ୍ରାହକଙ୍କୁ ମୂଲ୍ୟ ପ୍ରଦାନ କରିବା ଏବଂ ନିରନ୍ତର ଭାବେ ଗ୍ରାହକ କେନ୍ଦ୍ରୀକ ସମାଧାନ ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସଂସ୍ଥା ପକ୍ଷରୁ ଉଲ୍ଲେଖ କରାଯାଇଛି । ୨୦୧୭-୧୮ରେ ବୀମା ଶିଳ୍ପ ୧୨% ହାରରେ ଅଭିବୃଦ୍ଧି ହାସଲ କରିଛି, ଯାହା ଭାରତୀୟ ଅର୍ଥନୀତିର ୬.୭% ଅଭିବୃଦ୍ଧି ହାର ଠାରୁ ପାଖାପାଖି ଦୁଇ ଗୁଣା ଅଧିକ । ଏହି କ୍ଷେତ୍ରର ଉଲ୍ଲେଖନୀୟ ଅଭିବୃଦ୍ଧି ସତ୍ତେ୍ୱ ଭାରତରେ ବୀମା ସାନ୍ଧ୍ରତା ୨.୭୬% ଯାହା ସର୍ବନିମ୍ନ ସ୍ତରରେ ରହିଛି । ତେଣୁ ବୀମା କମ୍ପାନୀଗୁଡ଼ିକ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଏବଂ ଭାରତର ଗଭୀର ଅଞ୍ଚଳରେ ଉପସ୍ଥିତି ବଢ଼ାଇବାକୁ ହେବ । ସମସ୍ତ ଘରୋଇ ବୀମା କମ୍ପାନୀଙ୍କ ମଧ୍ୟରେ ଏସ୍ବିଆଇ ଲାଇଫ୍ର ବଜାର ଅଂଶ ୩୧.୮% ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ