ଛାତ୍ରଛାତ୍ରୀଙ୍କୁ ଜୁହାର ହୁଅନ୍ତି ଶିକ୍ଷକ

ବଡ଼ଙ୍କୁ ସମ୍ମାନ ଦେବା ସେମାନଙ୍କ ଗୋଡ଼ ଛୁଇଁ ପ୍ରଣାମ କରିବା ଆମ ସମାଜରେ କାହିଁ କେଉଁ କାଳରୁ ରହି ଆସିଛି । ଏହା ଦ୍ୱାରା ବଡ଼ ଓ ସାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥାଏ । ସାନମାନେ ବଡ଼ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଶିକ୍ଷା କରନ୍ତି । ବଡ଼ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଶିକ୍ଷା ଦିଆଯାଇଥାଏ । ପିଲା ବିଦ୍ୟାଳୟକୁ ଗଲେ ପ୍ରଥମ ଶିକ୍ଷକଙ୍କୁ ପ୍ରଣାମ କରିଥାନ୍ତି । ଏହା ପରେ ପାଠପଢ଼ା ଆରମ୍ଭ ହୋଇଥାଏ । ହେଲେ ଆମେ ଆଜି ଏପରି ଏକ ବିଦ୍ୟାଳୟ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଓଲଟା ଦେଖିବାକୁ ମିଳିଥାଏ । ଏଠାରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ଗୋଡ଼ ଛୁଇଁ ଜୁହାର ହୋଇନଥାନ୍ତି, ବରଂ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଗୋଡ଼ ଛୁଇଁ ପ୍ରଣାମ କରିଥାନ୍ତି । ମହାରାଷ୍ଟ୍ର ଘାଟକୋପଠାରେ ଏକ ଭଡ଼ା ଘରେ ଚାଲିଛି ଏହି ସ୍କୁଲ ‘ଋଷିକୁଲ ଗୁରୁକୁଲ ବିଦ୍ୟାଳୟ’ । ଆମ ସମାଜରେ ବିଶ୍ୱାସ ରହିଛି ମଣିଷ ଦେହରେ ଭଗବାନ ବାସ କରନ୍ତି । ପିଲାମାନଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ । ଏହି ମାନ୍ୟତାକୁ ଆଧାର କରି ବିଦ୍ୟାଳୟରେ ପ୍ରତିଦିନ ଶିକ୍ଷାଦାନ ପୂର୍ବରୁ ଶିକ୍ଷକମାନେ ପିଲାମାନଙ୍କ ଗୋଡ଼ ଛୁଇଁ ପ୍ରଣାମ କରନ୍ତି । ଏପରି ଏକ ନୂଆ ପରମ୍ପରା ଦ୍ୱାରା ପିଲାମାନଙ୍କର ଶିକ୍ଷକଙ୍କ ପ୍ରତି ଆଦର ବଢ଼ିବ । ଏହା ଦ୍ୱାରା ସେମାନେ ସମାଜରେ ସମସ୍ତଙ୍କୁ ଆଦର କରିବା ଶିକ୍ଷା କରିପାରିବେ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି । କେବେ ଏହି ଗୋଟିଏ କଥା ନୁହେଁ, ପିଲାମାନଙ୍କୁ ଏଠାରେ ନୂଆ ନୂଆ ଉପାୟରେ ପାଠ ପଢ଼ାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ