ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଦ୍ଧ
ରାଇରଙ୍ଗପୁର-(ଯୁଗାବ୍ଦ ନ୍ୟୁଜ) ଛାତ୍ର ଶକ୍ତି ରାଷ୍ଟ୍ରୀୟ ଶକ୍ତି ହେଲେ ସରକାରଙ୍କ ଛାତ୍ର ବିରୋଧି ନୀତି,ସେମାନଙ୍କ ଅଧିକାରକୁ ଅପହରଣ କରିବା ନେଇ ସାରା ରାଜ୍ୟରେ ଛାତ୍ର ଅସନ୍ତୋଷ ଦେଖାଦେଇଛି ।ସରକାର ଫାଶୀବାଦ ନୀତି ପ୍ରମାଣିତ ହୋଇଛି ।ରାଜ୍ୟରେ ଏଭଳି କୌଣସି ପରିସ୍ଥିତି ବିଗିଡି ନଥିଲା ଯେ ରାଜ୍ୟରେ ମହାବିଦ୍ୟାଳୟ ଗୁଡ଼ିକରେ ନିର୍ବାଚନ ହୋଇପାରିବ ନାହଁ । ସୁଚନାଯୋଗ୍ୟ , ଗତବର୍ଷ ତିତିଲି ଯୋଗୁଁ ନିର୍ବାଚନ ହୋଇପାରି ନଥିଲା । ଚଳିତ ବର୍ଷ ସବୁ ପ୍ରସ୍ତୁତି ଥୋଇ ସାରିଥିବାବେଳେ ହଠାତ୍ କିଭଳି ସୁରାକ ମିଳିଲା ଯେ ସରକାର ପଛଘୁଞ୍ଚା ଦେଇ ପ୍ରତ୍ୟକ୍ଷ ନିର୍ବାଚନ ବଦଳରେ ପରୋକ୍ଷ ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ ।ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ଅଖିଳ ଭାରତ ଛାତ୍ରସଂଘ ତରଫରୁ ଏକ ଶାନ୍ତିପୁର୍ଣ ଧର୍ମଘଟ ହୋଇଥିଲା ।ସରକାରଙ୍କ ଫାଶୀବାଦ ନୀତି ବିରୁଦ୍ଧରେ ଧାରା ଦେଇଥିଲେ ଶେଷରେ ଶିକ୍ଷାମନ୍ତ୍ରୀ ଅରୁଣସାହୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।