ଛେଳି ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ପ୍ରାଣୀ ଚିକିତ୍ସାଳୟ ଠାରେ ଛେଳି ଓ ମେଣ୍ଢା ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସଞ୍ଜୟ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ । ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥ, ବନ୍ତ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର କମଳ ଲୋଚନ ବେହେରରା, ଭଦ୍ରକ ଅତିରିକ୍ତ ପ୍ରାଣୀ ଚିିକିତ୍ସକ ଡାକ୍ତର ଲଲାଟେନ୍ଦୁ ଦାସ, ଧୁଷୁରୀ ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକର ଜେନା, ଧାମନଗର ବ୍ଲକ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ଯୋଗମାୟା ସିଂ ଯୋଗ ଦେଇଥିଲେ । ଏଥିରେ ପ୍ରିୟବ୍ରତ ରାଉତ, ସଞ୍ଜୟ କୁମାର ଜେନା, ରାଜେଶ ବିଶ୍ୱାଳ, ଆକାଶ ଜେନା, ଶଶୀକାନ୍ତ ସେଠୀ, ଅତୁଲ କୁମାର ଦାସ, ଗୋମିତ୍ର ଶେଷଦେବ ଦାସ, ଧନେଶ୍ୱର ସେଠୀ ସହଯୋଗ କରିଥିଲେ । ଏହି ଶିବିରରେ ଛେଳି ଓ ମେଣ୍ଢା ମାନଙ୍କର ଲାଲନ ପାଳନ, ଗୁହାଳ, ଖାଦ୍ୟ ପରିଚାଳନା, ରୋଗ ନିରୁପଣ ଓ ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।


