ଛୟାଳସିଂ-ସେଣ୍ଢତୀରା ରାସ୍ତାରେ ଗର୍ତ୍ତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ବଜାର ଠାରୁ ସେଣ୍ଢତୀରା ପର୍ଯ୍ୟନ୍ତ ଯାଇଥିବା ୭କିମି ରାସ୍ତା ଉପରେ ଦୈନନ୍ଦିନ ୪ଟି ପଞ୍ଚାୟତର ଲୋକ ନିର୍ଭର କରିଚଳିଥାନ୍ତି । ଏହି ରାସ୍ତା ଦେଇ ସେଣ୍ଢତୀରାସ୍ଥିତ ଏସ୍.ବି.ଆଇ ବ୍ୟାଙ୍କକୁ ଲୋକେ ଯାତାୟତ କରିଥାନ୍ତି । ସତ୍ୟସାଇ ମନ୍ଦିର ଠାରୁ ସେଣ୍ଢତୀରା ଯିବା ବାଟରେ ମନ୍ଦିର ଠାରୁ ୫୦ମିଟର ଦୂରରେ ରାସ୍ତା ଉପରେ ୩ ଫୁଟ୍ ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ରାତି ସମୟରେ ଏହି ସ୍ଥାନରେ ଦୁର୍ଘଟଣା ମାନ ଘଟୁଛି । ଗତ କିଛି ମାସ ପୂର୍ବେ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହୋଇଥିବା କଥା ସ୍ଥାନୀୟଲୋକେ କହିଛନ୍ତି ।