ଜଗତସିଂହପୁରବାସୀଙ୍କୁ ଟୁଇନ ସିଟି ବାରଣ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ନିଜ ନିଜର ସୀମାଗୁଡ଼ିକ ସିଲ କରିଦେଉଛନ୍ତି । ଏଥିସହ ଜିଲ୍ଲାବାସୀଙ୍କୁ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ମଧ୍ୟ ବାରଣ କରାଯାଉଛି । ଏହାରି ଭିତରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ କଟକ ଓ ଭୁବନେଶ୍ୱର ଯିବାଆସିବା ନକରିବାକୁ ଅପିଲ କରିଛନ୍ତି । ଦୁଇ ସହରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ସେଠାକୁ ଯିବା ପାଇଁ ଜିଲ୍ଲାପାଳ ଲୋକଙ୍କୁ ବାରଣ କରିଛନ୍ତି । ତେବେ ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାବାସୀଙ୍କୁ ଜିଲ୍ଲାର ସରକାରୀ ଅଫିସ ମଧ୍ୟ ଯିବାକୁ ବାରଣ କରାଯାଇଛି । ଜରୁରୀ କାମନଥିଲେ ସରକାରୀ ଅଫିସ ନଯିବାକୁ ଜିଲ୍ଲାପାଳ କହିଛନ୍ତି । ତେବେ ନିର୍ଦ୍ଧିଷ୍ଟ ପୋର୍ଟାଲରେ ଜନସାଧାରଣ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ