ଜଗତ କଲ୍ୟାଣ ପାଇଁ ନାମ ସଂକୀର୍ତ୍ତନ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଶ୍ରୀକ୍ଷେତ୍ରରେ ଜଗତକଲ୍ୟାଣ ପାଇଁ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ସଂଘର କଳାକାରମାନେ ସୋମବାର ଶ୍ରୀଶ୍ରୀ ପରମହଂସ ମହାରଜ ଙ୍କ ପୌରୋହିତ୍ୟରେ ବାଲାଜୀପେଣ୍ଠ ଗୌଡସାହି ରାଧାକୃଣ୍ଣ ମନ୍ଦିର ପରିସରରୁ ନାମ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ସହ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀକ୍ଷେତ୍ରରେ ପହଞ୍ଚିବାପରେ ଶ୍ରୀ ଗୁଣ୍ଡିଚା ମନ୍ଦିରସ ଠାରୁ ପଦଯାତ୍ରାରେ ଶ୍ରୀ ନୃସିଂହ ମନ୍ଦିର,ରାମକୃର୍ଣ୍ଣ ମିଶନ୍,ଭକ୍ତ ସାଲବେଗ ମନ୍ଦିର,ଶ୍ରୀ ନଅର ଦେଇ ବଡଦେଉଳରେ ପ୍ରବେଶ କରି ଜଗତ କଲ୍ୟାଣ ପାଇଁ ନାମ ସଂକୀର୍ତ୍ତନ କରିଥିଲେ । ସଂଘ ସଂପାଦକ ସୁବାଷ ସାହୁ ରୋଶନ ଏବଂ କାର୍ଯ୍ୟକାରୀ କମିଟିର ବରିଷ୍ଠ ସଦସ୍ୟ ବଳଦେବ ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ନାମ ସଂକୀର୍ତ୍ତନ ଗୌଡସାହି ରାଧାକୃଣ୍ଣ ମନ୍ଦିରରେ ଉଦ୍ ଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ସାମଲ,ଭଗବାନ ସାମଲ,ସନିଆ ବେହେରା,ଭଗବତ ଚରଣ ଜେନା,ଶିବରାମ ସାବତ,ପ୍ରଦିପ କୁମାର ସାହୁ ପ୍ରମୁଖ ସଂଘର କଳାକାର ସଦସ୍ୟମାନେ ସହଯୋଗ କରିଥିଲେ ।


