ଜଣେ ଅସହାୟଙ୍କୁ ସାହାଯ୍ୟ ଯୋଗାଇଲା ସାମାଜିକ ଯୁବ ସଂଗଠନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭଞ୍ଜକଳା ମଣ୍ଡପରେ ଇଲେକ୍ଟ୍ରି ଚାର୍ଜ ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଇଲେକଟ୍ରିସିଆନ ରମାକାନ୍ତ ମହାନ୍ତିଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ଯୋଗାଇଲା ଖଣ୍ଡଗିରି ସାମାଜିକ ଯୁବ ସଂଗଠନ । ଆଜି ଜୟଦେବ ଭବନ ପରିସରରେ ଏକ ସାଧାରଣ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅତିଥିଭାବେ କଳ୍ପନା ସଂଘ ସଭାପତି ଧୀରେନ ରାଉତରାୟ,ଫଟୋ ସାମ୍ବାଦିକ ମନୋରଞ୍ଜନ ମିଶ୍ର,ଲକ୍ଷ୍ମୀକାନ୍ତ ଦାସ,ସାମ୍ବାଦିକ ଅତୁଲ୍ୟ କୁମାର ବାଉତ,ସତ୍ୟ ସେଣ,ସତ୍ୟଜିତ ମହାପାତ୍ର,ବିକାଶ ବେହେରା,ଅଭିନେତା ହରିହର ଦେଓ,ବଂଶୀ ବାଦକ ପ୍ରମୋଦ କୁମାର ପତି,ରକ୍ତଦାତା ତନ୍ମୟ ସାମନ୍ତରାୟ,ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ନିର୍ଲିପ୍ତା ରାଉତ ଏହି ହୁଣ୍ଡି ନିଜ ଘରେ ରଖି ସେଥୁରୁ ଟଙ୍କା ପକାଇ ହୁଣ୍ଡି ପୁର୍ଣ୍ଣ କରିଥିଲେ । ହୁଣ୍ଡିରୁ ଆଦାୟ ମୋଟ ପାଂଚ ହଜାର ଛ ଶହ ଟଂକା ରମାକାନ୍ତ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ସଂଗଠନ ସଭାପତି ଚିତରଂଜନ ଦାସ । ସୁରଜ ଆଚାର୍ଯ୍ୟ,ପ୍ରଭାତ ସ୍ୱାଇଁ,ଭୁବନାନନ୍ଦ ସାମନ୍ତ,ସିପୁ ବଳିଆ ପ୍ରମୁଖ ସହଯୋଗ କରିଥିଲେ ।


