ନଦୀରେ ଭାସୀ ନାବାଳକ ମୃତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ୮ ବର୍ଷର ଶିଶୁର ମୃତ୍ୟୁବରଣ କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣୁପୁର ଫାଣ୍ଡି ଅଧିନରେ ଥିବା ତଲମପଦର କାର୍ନିବେଲ୍ ଗ୍ରାମରେ। ଗତ କାଲି ଗୁରୁବାର ମଧ୍ଯାହ୍ନ ସମୟରେ ଉକ୍ତ ଗ୍ରାମର ଜନୈକ ବ୍ଯକ୍ତି ଦାନ ମାଝୀଙ୍କ ଶିଶୁ ପୁତ୍ର ଦୀପକ ମାଝୀ (୮) ଗାଁ ନିକଟ ନାଗାବଳୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲ। ଏହା ମଧ୍ୟରେ ଅନେକ ସମୟ ବିତିଯାଇଥିଲା,ପୁଅ ଘରକୁ ଫେରିବା ବିଳମ୍ବ ଦେଖି ବାପା ଓ ମାଆ ତୂରନ୍ତ ନଦୀ କୂଳକୁ ଯାଇଥିଲେ। ସେଠାରେ ପହଞ୍ଚି ନଦୀ କୂଳରେ ପୁଅର ଚପଲ ପଡିଥିବା ଦେଖିଲା ପରେ ସେମାନେ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ କାଳେ ପାଣିରେ ବୁଡିଯାଇଥିବ ଭାବି ସନ୍ଦେହ ହେବାରୁ ବାପା ଦାନ ମାଝୀ ନଦୀ ପାଣିରେ ଖୋଜାଖୋଜି କରିଥିଲେ। ପରେ ଆଜି ବୁଡି ଯାଇଥିବା ପୁଅକୁ ଉଦ୍ଧାର କରିଥିଲେ। ଏହାପରେ କାଳେ ପୁଅ ବଞ୍ଚିଥିବ ଭାବି ତାକୁ ତୁରନ୍ତ କାଣିଗୁମା ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲେ। ଥୁଆମୂଳ ରାମପୁର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏନେଇ ଥୁଆମୂଳ ରାମପୁର ପୋଲିସକୁ ସୂଚନା ଦିଆଯାଇଥିଲା।ଖବର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଥିଲେ।ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ। ଏନେଇ ଥୁଆମୂଳ ରାମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ