ଜଣେ ପଜିଟିଭ ଚି଼ହ୍ନଟ ପରେ ୭ଦିନ ସଟଡାଉନ ଘୋଷଣା
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର ବଉଳଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଉଳଗାଁ ଗ୍ରାମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରପଞ୍ଚ ସରୋଜିନୀ ମହାରଣା ଆଜି ଜିଲ୍ଲପାଳଙ୍କ କ୍ଷମତା ପ୍ରୟୋଗ କରି ଉକ୍ତଗ୍ରାମକୁ ଆଜି ଠୁ ୭ଦିନ ନିମନ୍ତେ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଗ୍ରାମବାସୀମାନେ ନିଜ ନିଜ ଘରେ କିପରି ନିରାପତ୍ତା ରହିବେ ସେଥି ନିମନ୍ତେ ସଚେତନତା କରୁଛନ୍ତି । ଗ୍ରାମର ବିଭିନ୍ନ ଯାତାୟତ ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି । ଗ୍ରାମବାସୀ ମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । କୈାଣସି ବ୍ୟକ୍ତି ଗ୍ରାମ ର ପୋଖରୀରେ ନଗାଧେଇବା କୁ ସରପଞ୍ଚ ଶ୍ରୀମତି ମହାରଣା ଅନୁରୋଧ କରିଛନ୍ତି । ଏହାସହ ଗ୍ରାମକୁ କୋଣସି ଲୋକ ଆସିବେ ନାହିଁ ଏବଂ ଗ୍ରାମ ର କୋଣସି ଲୋକ ଗ୍ରାମ ବାହାରକୁ ଯିବାକୁ ବାରଣ କରାଯାଇଛି l ଗ୍ରାମ ର ସମସ୍ତ ଦୋକାନ ବନ୍ଦ କରିବାକୁ କୁହାଯାଇଛି l ଆଜି ସରପଞ୍ଚ ଶ୍ରୀମତି ମହାରଣା , ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଉପସ୍ଥିତ ରହି ଗ୍ରାମର ସମସ୍ତ ପ୍ରବେଶ ପଥକୁ ବ୍ୟାରିକାଟ୍ ବାନ୍ଧି ସିଲ କରାଯାଇଛି ।


