ଜନଅଭିଯୋଗ ଶୁଣାଣୀରେ ୨୯ ଅଭିଯୋଗ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ସୋମବାର ବନ୍ତ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲାପାଳ ଜ୍ଞାନ ଦାଶ, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ଅତିରିକ୍ତ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଉପଜିଲାପାଳ ପିତାମ୍ବର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜେ.ପହି, ଜିଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ଦାସ, ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ, ରାସନ କାର୍ଡ, ହରିଶ୍ଚନ୍ଦ୍ର ଯୋଜନା, ବିଦ୍ୟୁତ୍, ପାଣିନାଳ ପୁନରୁଦ୍ଧାର, କାଳିଆ ଯୋଜନା, ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି, ମାନସିକ ରୋଗୀ ପାଇଁ ସହାୟତା, ଅଂଗନୱାଡି କେନ୍ଦ୍ର ନିର୍ମାଣ, ସୌଭାଗ୍ୟ ଯୋଜନା ସଂପର୍କୀତ ୨୯ଟି ଅଭିଯୋଗ ଆସିଥିଲା । କାର୍ଯ୍ୟକ୍ରମରେ ହର ନାରାୟଣ ଦାସ, ଆଶିଷ କୁମାର ସେଠୀ ସହାୟତା କରିଥିଲେ ।