ଜନକଲ୍ୟାଣ ସେବାସମବାୟ ସମିତି ର ମୁଗମଣ୍ଡି ଉଦଘାଟନ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଗତ ସୋମବାର ଦିନ ପୂର୍ବାହ୍ନ ରେ ଜନକଲ୍ୟାଣ ସେବା ସମବାୟସମିତି ପରିସରରେ ମୂଗମୁଣ୍ଡି ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନକପୁର ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ପ୍ରଦୀପ ପ୍ରଜ୍ବଳନକରି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମିତିର ସଭାପତି ଅଜୟ କୁମାର ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ମୁଳିସିଂସରପଞ୍ଚ ସଫି ଆଜାମ କହିଲେଯେ, ଆମଅଞ୍ଚଳରେ ଜନକଲ୍ୟାନ ସେବା ସମିତି ଚାଷୀମାନଙ୍କ ଠାରୁ ଧାନ ଓ ମୁଗ ଆଦି ସଂଗ୍ରହ କରିବା କ୍ଷେତ୍ରରେ ଅଭୂତ୍ପୂର୍ବ ସଫଳତା ଅର୍ଜନ କରିଆସିଅଛି। ସମ୍ମାନିତ ଅତିଥିଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ତିର୍ତ୍ତୋଲ ଶାଖାର ମ୍ୟାନେଜର ଫକୀର ଚରଣ ସ୍ୱାଇଁ , କଟରା ପଞ୍ଚାୟତର ସମିତିସଭ୍ୟା ରୋଜାଲିନୀ ଜେନା , ପୂର୍ବତନ ସରପଂଚ ବିଜୟ ନାୟକ , ସମାଜସେବୀ ଅଶୋକ କୁମାର୍ ମହାନ୍ତି, ରମେଶ ଚନ୍ଦ୍ର ରାଉଳ, ସିଦ୍ଧାର୍ଥ ରାଉଳ, ଦିଲ୍ଲୀପ କୁମାର ମହାନ୍ତି , ନୃସିଂହ ଚରଣ ଲେଙ୍କା, ବୀର କିଶୋର ବ୍ରହ୍ମ, ଅରୁଣ ମହାପାତ୍ର ଓ ରମାକାନ୍ତ ରାଉଳ ଙ୍କ ସମେତ ସମିତିର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଚାଷୀମାନେ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବାବେଳେ , ଜନକଲ୍ୟାନ ସେବାସମବାୟ ସମିତି ର ସମ୍ପାଦକ ପରମାନନ୍ଦ ଦାସ ସମସ୍ତ କାର୍ଯ୍ୟକ୍ରମ କୁ ସକ୍ରିୟ ପରିଚାଳନା କରିବାସହିତ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ଵାଗତକରିଥିବାର ଦେଖିବାକୁ ମିଳିଥିଲା