ଜନଶକ୍ତିପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କରି ଗୋପାଳଜୀଉଙ୍କ ମନ୍ଦିରରେ ସାମୁହିକ ଦୀପଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜନଶକ୍ତି ପାର୍ଟି ପକ୍ଷରୁ ଗରାପୁରସ୍ଥିତ ଶ୍ରୀ ଗୋପାଳଜୀଉଙ୍କ ମନ୍ଦିରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରୋନାରୁ ଆଶୁ ଆରୋଗ୍ୟକାମନା କରାଯାଇ ବୁଧବାର ସାମୁହିକ ଦୀପଦାନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ବରିଷ୍ଟ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ସମବାୟ ସଭାପତି ପ୍ରଶାନ୍ତ ନାୟକ, ଦଳିତ ସମ୍ପାଦକ ବିବେକ ନାୟକ, ଶ୍ରମିକ ନେତା ରମେଶ ଥାଟୋଇ, ଦିଲ୍ଲିପ କୁମାର ଜେନା, ଶାନ୍ତନୁ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲଙ୍କ ଆଶୁ ଆରୋଗ୍ୟ କାମନାକରି ଦୀପଦାନ କରିଥିଲେ ।