ଜନଶୁଣାଣି ଶିବିରରେ ୨ଜଣଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସ୍ତରିୟ ଜନ ଅଭିଯୋଗ ଶୁଣାଣି ଶିବିରେ ସୋମବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ସୂର୍ଗତ ଗୋଲଖ ବେହେରାଙ୍କ ଦୃଷ୍ଟିବାଧିତ ଭିନ୍ନକ୍ଷମ ପୁତ୍ର ବାବାଜୀ ବେହେରା ଧୂମାତପାଟଣା ଗ୍ରାମର ସୂର୍ଗତ ଗଙ୍ଗାଧର ହାଜରାଙ୍କ ପୁତ୍ର ଅମରେନ୍ଦ୍ର ହାଜରା ବର୍ଦ୍ଧିତ ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ବାବାଜୀଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ବାବଦ ୨ଶହ ଟଙ୍କା ଓ ଅମରେନ୍ଦ୍ରଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୭ଶହ ଟଙ୍କା ସଙ୍ଗେ ସଙ୍ଗେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ