ଜନ୍ମଦିନରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ‘ଆୟୁଷ୍ମାନ’
ବାଲେଶ୍ୱର, (ସରୋଜ ପଣ୍ଡା) :ସେଣ୍ଟ ଥୋମାସ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ସାଇ ଆୟୁଷ୍ମାନ ନିଜର ଜନ୍ମ ଦିବସ ଅବସରରେ ଗୁଡ଼ିପଦା ପ୍ରାଥମିକ ବିଦ୍ୟାଳୟର ୮୪ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଛନ୍ତି । ଏହି ପରିପେକ୍ଷୀରେ ଗୁଡ଼ିପଦା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପରିଷଦର ୨୧ନଂ ୱାର୍ଡ ନବନର୍ବାଚିତ କାଉନସିଲର ସୁଚିସ୍ମିତା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆୟୁଷ୍ମାନଙ୍କ ମହନୀୟତାକୁ ଉଚ୍ଚ ପ୍ରଶଂସା କରିଥିଲେ । ପୂର୍ବତନ କାଉନସିଲର ଚିତ୍ତରଞ୍ଜନ ପଣ୍ଡା, ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ବସନ୍ତ କୁମାର ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲଜ୍ଜିତା ମହାନ୍ତି ପ୍ରମୁଖ ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ ଆୟୁଷ୍ମାନଙ୍କ ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି କହିଥିଲେ । ପିତା ରାମଚନ୍ଦ୍ର ମହାଳିକ ଓ ମାତା ଜୟନ୍ତୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆୟୁଷ୍ମାନ ପିଲାମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଏହା ସହିତ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେ ସ୍ୱତନ୍ତ୍ର ଉପହାର ଦେଇଥିଲେ । ପାଠ ପଢିବା ସମୟରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଇ-କମର୍ସ ଯୋଗେ ଏ ପର୍ଯ୍ୟନ୍ତ ଦେଢ କୋଟିରୁ ଅଧିକ ଟଙ୍କା ଉପାର୍ଜନ କରିଥବା ବେଳେ ସେହି ଅର୍ଥରୁ ସମାଜରେ ଅବହେଳିତ ଲୋକଙ୍କୁ ସହଯୋଗ ପାଇଁ ନିଷ୍ପତି ନେଇଥିବା କହିଛନ୍ତି ଆୟୁଷ୍ମାନ ।