ଜନ୍ମବାର କହେ ନାରୀର ସ୍ୱଭାବ

ମଣିଷ ଭବିଷ୍ୟତ ଓ ଚରିତ୍ର ଜାଣିବାକୁ, ବୁଝିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାଏ । କେହି ହସ୍ତ ରେଖା ପଢ଼ି ତ ଆଉ କେହି ଆଖି ଓ କପାଳ ଦେଖି ଏସବୁ ଜାଣିହୁଏ ବୋଲି ବିଶ୍ୱାସ କରିଆସିଛି । କିଛି ମତ ଅନୁସାରେ ଜନ୍ମ ବାରରେ ମଧ୍ୟ ଜଣେ ନାରୀର ସ୍ୱଭାବ ବିଷୟରେ ଜାଣିହେବ ।
ରବିବାର- ଯଦି ଆପଣ ରବିବାର ଦିନ ଜନ୍ମ ହୋଇଛନ୍ତି ତେବେ ଆପଣ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ରଖିଥାନ୍ତି । ରବିବାରରେ ଜନ୍ମ ହୋଇଥିବା ନାରୀମାନେ ଦାନ ପୂଣ୍ୟ କରିଥାନ୍ତି । ଏମାନେ ଶକ୍ତିଶାଳୀ ଓ ଶାନ୍ତିପୂର୍ଣ୍ଣ ମନୋଭାବର ହୋଇଥାନ୍ତି । ଏହି ନାରୀମାନେ ଚତୁର ମଧ୍ୟ ହୋଇଥାନ୍ତି ।
ସୋମବାର-ଏହି ବାରରେ ଜନ୍ମ ହୋଇଥିବା ଝିଅମାନେ ଦେଖିବା ପାଇଁ ଖୁବ ସୁନ୍ଦର । ଏହି ନାରୀମାନଙ୍କର ମନ ନିର୍ମଳ । ସେମାନେ ଅନ୍ୟମାନଙ୍କୁ ମିଠା କଥାରେ ମନ କିଣିଥାନ୍ତି । ଏମାନଙ୍କ ଜୀବନ ସୁଖମୟ, ଶାନ୍ତିପୂର୍ଣ୍ଣ ହୋଇଥାଏ ।
ମଙ୍ଗଳବାର-ମଙ୍ଗଳବାରରେ ଜନ୍ମ ହୋଇଥିବା ନାରୀମାନଙ୍କ ସ୍ୱଭାବ ସାଧାରଣତଃ ଶକ୍ତ ହୋଇଥାଏ । ଏମାନେ କାହା ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ । ଭୁଲକରିଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ । ମିଛ କହୁଥିବା ଲୋକଙ୍କୁ ମଧ୍ୟ ପସନ୍ଦ କରିନଥାନ୍ତି । ଏମାନେ ଦେଖିବାକୁ ପତଳା ହେଲେ ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି । ଏହି ନାରୀମାନେ ସର୍ବଦା ଠିକ୍ କଥା କହିଥାନ୍ତି ।
ବୁଧବାର-ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ବହୁ ସବଳ ହୋଇଥାନ୍ତି । କାରଣ ଏମାନଙ୍କ ଉପରେ ମା ସରସ୍ୱତୀଙ୍କ ଆଶୀର୍ବାଦ ସବୁବଳେ ରହିଥାଏ । ଏମାନେ ଦେଖିବା ପାଇଁ ସୁନ୍ଦରୀ ହେବା ସହ ଏମାନଙ୍କର ହୃଦୟ ଅତି କୋମଳ ଅଟେ । କେବଳ ଶିକ୍ଷା ନୁହେଁ ଏମାନେ ଅନେକ କଳାର ଅଧିକାରିଣୀ ହୋଇଥାନ୍ତି । ସବୁକ୍ଷେତ୍ରରେ ନିଜର ଦକ୍ଷତା ଦେଖାଇଥାନ୍ତି ।
ଗୁରବାର-ଏହି ବାରରେ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବଗୁଣା ସମ୍ପର୍ଣ୍ଣା କୁହାଯାଏ । ଏହି ନାରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ସବୁ କାର୍ଯ୍ୟରେ ମଧ୍ୟ ବେଶ ପାରଙ୍ଗମ । ଏହି ବାର ଜନ୍ମିତ ନାରୀଙ୍କ ଉପରେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ତେଣୁ ଏମାନେ ଧନ ସମ୍ପତ୍ତି ସୁଖ ଭୋଗ କରିଥାନ୍ତି ।
ଶୁକ୍ରବାର-ଶୁକ୍ରବାରରେ ଜନ୍ମ ହୋଇଥିବା ନାରୀମାନଙ୍କ ସ୍ୱଭାବରେ ଚଞ୍ଚଳ ହୋଇଥାନ୍ତି । ଏମାନେ ମଉଜମସ୍ତି କରିବା ପାଇଁ ଭଲ ପାଆନ୍ତି ଅର୍ଥାତ ଏମାନେ ବିଳାସମୟ ଜୀବନ ଯାପନ କରିବା ଲାଗି ଭଲ ପାଆନ୍ତି । ଏମାନେ ଘର ପରିବାର ସହ ଅଲଗା ପରିଚୟ ତିଆରି କରିଥାନ୍ତି । ଏମାନଙ୍କ ଭାବନା ଓ ଚିନ୍ତାଧାରା ଖୁବ୍ ସୁନ୍ଦର ।
ଶନିବାର-ଶୁକ୍ରବାରରେ ଜନ୍ମ ହୋଇଥିବା ନାରୀମାନେ ଭଗବାନ ଶନିଙ୍କ କୃପା ଥାଏ । ଏମାନେ ସ୍ୱଭାବରେ ରାଗି ହୋଇଥିଲେ ବି ନିଜସ୍ୱ ପରିଚୟ ତିଆରି କରିପାରନ୍ତି । ଏମାନେ ଦେଖିବାକୁ ଡେଙ୍ଗା ଓ ପତଳା ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ନିଜ କାମକୁ ନିଜେ ପସନ୍ଦ କରିବାକୁ ବହୁତ ଭଲ ପାଆନ୍ତି । କାହା ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ