ପେଟ୍ରୋଲ ପମ୍ପରେ ମିଳୁଛି ଅନ୍ୟାନ୍ୟ ସାମଗ୍ରୀ

ସାଧାରଣତଃ ପେଟ୍ରୋଲ ପମ୍ପରେ ଡିଜେଲ ଏବଂ ପେଟ୍ରୋଲ ମିଳିଥାଏ ବୋଲି ସମସ୍ତଙ୍କୁ ଜଣା । କିନ୍ତୁ ଏମିତି ଏକ ପେଟ୍ରୋଲ ପମ୍ପ ରହିଛି ଯେଉଁଠି ଡିଜେଲ, ପେଟ୍ରୋଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମିଳିଥାଏ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପେଟ୍ରୋଲ ପମ୍ପ ବାହାରେ ଲଗାଯାଇଥିବା ସାଇନ୍ବୋର୍ଡରେ ପେଟ୍ରୋଲ, ଡିଜେଲ ବ୍ୟତୀତ ଚୁଲା, ଖାଦ୍ୟ, ମଞ୍ଜି, କୀଟନାଶକ ଔଷଧ, ପୁସ୍ତକ ଆଦି ମିଳୁଥିବା ଲେଖାଯାଇଛି । ଯେଉଁ ଫଟୋ ଭାଇରାଲ ହୋଇଛି ଏହା ଝାଡ଼ଖଣ୍ଡର ଏକ ପେଟ୍ରୋଲ ପମ୍ପ ବୋଲି ଜଣାପଡୁଛି । ଯେଉଁ ୟୁଜର ଏହାକୁ ପୋଷ୍ଟ କରିଛନ୍ତି ସେ, ଲେଖିଛନ୍ତି ପେଟ୍ରୋଲ ପମ୍ପଟି ଝାଡ଼ଖଣ୍ଡର ଲାତେହରରେ ଅବସ୍ଥିତ । ସହରାଞ୍ଚଳ ବ୍ୟତୀତ ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବା ଦରକାର ବୋଲି ଅନ୍ୟ ୟୁଜରମାନେ କମେଣ୍ଟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ