ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ରେସୱା ପରିସରରେ ନିଶୁଳ୍କ ଝୋଟ ସାମଗ୍ରୀ ତାଲିମ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ରେସୱା ଅନୁଷ୍ଠାନ ପରିସରରେ ଏକ ନିଶୁଳ୍କ ଝୋଟ ସାମଗ୍ରୀ ତାଲିମ ଶିବିରର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜନ ଶିକ୍ଷଣ ସଂସ୍ଥାନକୁ ଏକ ପତ୍ର ଲେଖି ରେସୱା ଅନୁଷ୍ଠାନରେ ରହୁଥିବା ଅସହାୟ ମହିଳାମାନଙ୍କୁ ନିଶୁଳ୍କ ତାଲିମ ପ୍ରଦାନ କରାଯାଇ ସ୍ୱାବଲମ୍ବି କରାଯିବାକୁ ନିର୍ଦେଶ ପ୍ରଦାନ କରାଯାଇଥିଲା । ଏହି ନିର୍ଦେଶ ବଳରେ ଜନ ଶିକ୍ଷଣ ସଂସ୍ଥାନ ତତ୍ପର ହେବା ସହ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ରେସୱା ପରିସରରେ ଏକ ତାଲିମ ଶିବିରର ଆୟୋଜନ କରାଯାଇଛି । ଏହି ଶିବିର ତିନି ମାସ ଧରି ଚାଲିବାକୁ ଥିବା ବେଳେ ସମସତ ତାଲିମପ୍ରାପ୍ତ ଅନ୍ତେବାସୀଙ୍କୁ ନେଇ ଏକ ପରୀକ୍ଷା କରାଯାଇ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ ଅଫିସର ଶଶି ଭୂଷଣ ଶତପଥୀ, ଟ୍ରେନର କଳ୍ପନା ବେହେରା, ରେସୱା ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ, ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ତାଲିମ ଶିବିର ରେସୱା ପରିସରରେ ଆରମ୍ଭ ହୋଇଥିବାରୁ ରେସୱା ସଭାପତି ସୁହାନା ୱାରସୀ ଜିଲ୍ଲା ପ୍ରଶାସନ ଓ ଜନ ଶିକ୍ଷଣ ସଂସ୍ଥାନକୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ