ଜମାରୁ ପାଠ ପଢି ନଥିବା ୩୩ ଜଣ ପିଲା ଙ୍କୁ ବିଦ୍ୟାଳୟ ରେ ନାମ ଲେଖାଗଲା
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ସୁଜିତ କୁମାର ପାଢ଼ୀ ଙ୍କ ନେତୃତ୍ୱ ରେ ଅଗସ୍ତିନୂଆଗାଁ ପଂଚାୟତ ୩୩ ଜଣ ମତ୍ସ୍ୟଜୀବି ସମ୍ପ୍ରଦାୟ ର ପିଲା ମାନଂକୁ ନୋଳିଆ ନୂଆଗାଁ ସ୍ଥିତ ବିଦ୍ୟାଳୟ ରେ ପାଠ ପଢିବା ନିମନ୍ତେ ନାମ ଲେଖାଇଥିଲେ, ଏହି (୬ରୁ ୧୪) ପିଲାମାନେ ଜମା ପାଠ ପଢି ନଥିବାରୁ ସେମାନଙ୍କୁ ଘରକୁ ଘର ବୁଲି ସଚେତନତା କରାଯାଇଥିଲା, ଛତ୍ରପୁର ବିଇଓ, ଦକ୍ଷିଣ ଫାଉଣ୍ଡେସନ ଏବଂ ଅଗସ୍ତିନୁଆଗାଁ ସରପଞ୍ଚ ସହଯୋଗ ରେ ପିଲାମାନଙ୍କୁ ପାଠ ପଢିବା ନିମନ୍ତେ ବିଦ୍ୟାଳୟ ରେ ନାମ ଲେଖାଗଲା ବୋଲି ବିଇଓ ସୁଜିତ କୁମାର ପାଢ଼ୀ ସୂଚନା ଦେଇଛନ୍ତି


