ଜମ୍ଭରାରେ ରକ୍ତଦାନ ଶିବିର 

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ହାବଳେଶ୍ୱର ଗ୍ରାମରେ ବିଶ୍ୱଭାରତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ସମାଜର ଦର୍ପଣ ଓ ୟୁଥକ୍ଲବ ଜମ୍ଭରା ଯୁବସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରକାଶ ମଲ୍ଲିକ, ବିଚିତ୍ର ମଲ୍ଲିକ, ନରେନ୍ଦ୍ର ମୁଦୁଲି, ସତ୍ୟବ୍ରତ ହାତୀ, ସୁଶାନ୍ତ ସେନାପତି, ବିଶ୍ୱନାଥ ସେନାପତି, ମନୋଜ ମଲ୍ଲିକ, ରତିରଞ୍ଜନ ମଲ୍ଲିକ, ମନୋରଞ୍ଜନ ଦାସ, ନଳିନୀକାନ୍ତ ଦାସ, ଶୁଭ୍ରାସୁଂ ଜେନା, ପ୍ରୀୟବ୍ରତ ହାତୀ, ଜ୍ଞାନରଞ୍ଜନ ରାଉତ, ଅଶୋକ ଜେନା, ସୁଧିର ଖଣ୍ଡେଇ, ମନ୍ମଥ ସୁତାର, ଭାଗ୍ୟଧର ଜେନା, ମନୋରଞ୍ଜନ ମାଝୀ, ବନୋଜ ଜେନା, ଲକ୍ଷ୍ମୀଧର ଜେନା, ସୁଶାନ୍ତ ନାୟକ, ଆଲୋକ ସା ପ୍ରମୁଖ ରକ୍ତଦାନ କରିଥିବାବେଳେ ସମାଜର ଦର୍ପଣର ସଭାପତି ପ୍ରଶାନ୍ତ ସେନାପତି ଶିବିର ପରିଚାଳନା କରିଥିଲେ । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ