ଜରୁରୀ କାଳିନ ରେଡକ୍ରସ୍ ପ୍ରଶିକ୍ଷଣ ଶିବିର

ଗାଙ୍ଗପୁର ,(ସନ୍ତୋଷ ବିଷୋୟୀ): ପ୍ରତିବର୍ଷ ଓଡିଶା କୁ ମାଡି ଆସୁଛି ପ୍ରାକୃତିକ ବିପଯ୍ୟଁୟ । ପୂର୍ବରୁ ଓଡିଶାବାସୀ ହୁଡୁହୁଡୁ,ଫାଇଲିନ,ଫନୀ,ତିତିଲି,ଭଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ତରଫରୁ ସହାୟତା ସହ ଉଦ୍ଧାର କାର୍ଯ୍ୟଜୋରଦାର କରାଯାଇଥିଲା । ସେହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡକ୍ରସ ର ଭୂମିକା ମଧ୍ୟ ଗୁୂରୁତ୍ୱ ପୂର୍ଣ୍ଣ ଥିଲା । ଶନିବାର କ୍ଷତ୍ରିୟବରପୁର ସ୍ଥିତ ଆଂଚଳିକ ବି ।ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତୀୟ ରେଡକ୍ରସ ସଂସ୍ଥା ତଥା ଆର୍ନ୍ତଜାତୀୟ ରେଡକ୍ରସ ଗଠବନ୍ଧନ ,ଓଡିଶା ରାଜ୍ୟ ଶାଖା ତରଫରୁ ଜରୁରୀ କାଳିନ ସାମାଜିକ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି ।ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଯୁବ ରେଡକ୍ରସ ଅଧିକାରୀ ଡକ୍ଟର ଅଜୟ କୁମାର ତ୍ରୀପାଠି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଶିକ୍ଷଣର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ୫୦ ରୁ ଅଧିକ ସ୍ୱେଚ୍ଛାସେବୀକୁ ପ୍ରଶିକ୍ଷଣ ଦିଆଯାଇଥିଲା । ରେଡକ୍ରସ ଓଡିଶା ଶାଖା କର୍ମଚାରୀ ଲିଙ୍ଗରାଜ ପଣ୍ଡା,ମାନସ ରଂଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଗ୍ରୀ ମହାବିଦ୍ୟାଳୟର ଉପଦେଷ୍ଟା ଡକ୍ଟର ସଂଜୀବ କୁମାର ଦାସ ,ଅଧାପିକା ରନିବାଳା ତ୍ରୀପାଠି, ପିଙ୍କି ପଲାଇ,ବିଜୟ ଲକ୍ଷ୍ମୀ ପାଢୀ, ଭାରତୀ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ବେଲଗୁଣ୍ଠା ,ସୋରଡା,ଜଗନ୍ନାଥ ପ୍ରସାଦ ବ୍ଲକର ସ୍ୱେଚ୍ଛାସେବୀ ମାନେ ଭାଗ ନେଇଛନ୍ତି । ରେଡକ୍ରସ ପ୍ରଶିକ୍ଷଣ ୩ ଦିନ ଧରି ଚାଲିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ