ଜଳ ନିଷ୍କାସନ ନେଇ ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା-କାଶିପୁର ମୌଜାରେ ଥିବା ୨୦ ଏକର ଜମିରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ବଗଦା-କାଶିପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ୍ ବ୍ୟବସ୍ଥା କରାଇବା ନେଇ ବୁଧବାର ଗ୍ରାମବାସୀ ମାନେ ତହସିଲଦାରଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ର ପ୍ରଦାନ ବେଳେ ସମାଜସେବୀ ତ୍ରିଲୋଚନ ପଣ୍ଡା, ଦୈତାରୀ ନାୟକ, ବିଦ୍ୟାଧର ନାୟକ, ଆନନ୍ଦ ଚନ୍ଦ୍ର ନାୟକ, କାର୍ତ୍ତିକ ଜେନା, ଦିଗମ୍ବର ଜେନା, ତିଳୋତ୍ତମା ନାୟକ, ଧରିତ୍ରୀ ନାୟକ, ଖୁଲଣା ନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।