ଜାଗୁଆର ଲ୍ୟାଣ୍ଡ ରୋଭରର ଭାରତରେ ପ୍ରଥମ ବୋଟିକ୍ ଶୋ’ରୁମ୍

(ଯୁଗାବ୍ଦ ନ୍ୟୁଜ)  ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ଭାରତରେ ପ୍ରଥମ ବୋଟିକ୍ ଶୋ’ରୁମ୍ ବେଙ୍ଗାଲୁର ଖୋଲାଯାଇଛି । ବେଙ୍ଗାଲୁର୍ ଜିଲ୍ଳାର କନିଙ୍ଗ୍ହାମ୍ ରୋଡ୍ ସ୍ଥିତ ମାରକ୍ୟୁଲାଣ୍ଡ୍ଠାରେ ଏହି ଶୋ’ ରୁମ୍ ରହିଛି । ଏଠାରେ ଉଭୟ ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର ପ୍ରଦର୍ଶନ ପାଇଁ ୪୪୬ ବର୍ଗ ମିଟର ସ୍ଥାନ ରହିଛି । ଏହାଦ୍ୱାରା ଭାରତର ୨୪ଟି ପ୍ରମୁଖ ସହରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ବିତରଣ ନେଟ୍ୱାର୍କର ଆଉଟ୍ଲେଟ୍
ସଂଖ୍ୟା ୨୬ରେ ପହଂଚିଛି । । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ୍ ସୁରୀ, ମାରକ୍ୟୁଲାଣ୍ଡ୍ ନିର୍ଦ୍ଦେଶକ ନବୀନ୍ ଫିଲିପ୍ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ମହଜୁଦ୍ ରହିଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ, “ଆମର ନୂଆ ରିଟେଲ ସୁବିଧା ଏବେ ବେଙ୍ଗାଲୁର୍ରେ ସ୍ଥାପିତ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏଠାରେ ଅଲ୍ଟ୍ରା ମଡର୍ଣ୍ଣ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଗ୍ରାହକ ଏହି ଶୋ’
ରୁମ୍ରେ ନୂତନ ଅଭିଜ୍ଞତା ହାସଲ କରିପାରିବେ । ଗ୍ରାହକମାନେ ଅନ୍ ଲାଇନ୍ରେ ଏହି ଶୋ’ରୁମ୍ରେ ବୁକିଂ କରିପାରିବେ ।” ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୦.୬୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍ର ମୂଲ୍ୟ ୪୯.୭୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍-ପେସ୍ର ମୂଲ୍ୟ ୬୪.୬୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏକ୍ସଜେର ମୂଲ୍ୟ ୧୦୨.୫୮ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଡିସକଭର ମୂଲ୍ୟ ୭୬.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା, ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୬.୭୧ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ
୧୮୧.୮୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼,
ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁଣେ, ରାୟପୁର, ସୁରାଟ, ବିଜୟୱାଡା ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ