ଜାଗୃତି ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ପରିସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ କ୍ଷୁଦ୍ର ଶସ୍ୟ ଉତ୍ପାଦନ ଓ ଏହାର ଖାଦ୍ୟ ବ୍ୟବହାର ସମ୍ପର୍କରେ ସଚେତନ ରଥ ଓ ପୁଷ୍ଟିକର ଖାଦ୍ୟ ମେଳାର ଶୁଭାରମ୍ଭ କରିଛନ୍ତି। ଏଥିରେ ଅତିଥି ଭାବେ ବିଡିଓ କଳାକୃଷ୍ଣ ପ୍ରଧାନ ଓ ତହସିଲଦାର ଚାର୍ଲସ ନାୟକ ଯୋଗଦେଇ ସଚେତନ ରଥ ଓ ଖାଦ୍ୟ ମେଳାକୁ ଶୁଭାରମ୍ଭ କରିବା ସହିତ ପୁଷ୍ଟିକର ଖାଦ୍ୟର ପ୍ରସ୍ତୁତି ଓ ବଜାର ସମ୍ପର୍କରେ ଆଲୋଚନା କରିଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କ୍ଷୁଦ୍ର ଶସ୍ୟ ଚାଷ ଓ ଏହାର ଖାଦ୍ୟ ପ୍ରସ୍ତୁତି , ଚାହିଦା ଓ ବଜାର ସମ୍ପର୍କରେ ଆଲୋଚନା କରି ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କ୍ଷୁଦ୍ରଶସ୍ୟ ମିଶନ, କୃଷି ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର, ଆତ୍ମା କନ୍ଧମାଳ ଓ ୱସନ ସହାୟତାରେ ଅନୁଷ୍ଠାନ ଜାଗୃତି ପରିଚାଳିତ କରୁଛି ।ସଚେତନ ବ୍ଳକର ୨୫ଗ୍ରାମ ପଞ୍ଚାୟତରେ ସଚେତନତା କରିବା ପାଇଁ  ରଥ ବୁଲିବା କାର୍ଯ୍ୟକ୍ରମ ରହିଛି । ସେହିଭଳି ଗ୍ରାମ ପଞ୍ଚାୟତ ସ୍ତରରେ କ୍ଷୁଦ୍ରଶସ୍ୟରେ ପ୍ରସ୍ତୁତି ପୁଷ୍ଟିକର ଖାଦ୍ୟ ସାମଗ୍ରୀର ବଜାରି କରଣ କରିବା ପାଇଁ ଦୋକାନ ଖୋଲିବା ନେଇ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଜାଗୃତି କର୍ମଚାରୀ ମୋନଜ କୁମାର ନାୟକ, ମହେନ୍ଦ୍ର ପରିଡ଼ା, ଦେବାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ