ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଘଟଣା : ଆଖ ପାଖ ସିସିଟିଭି ତଦନ୍ତ କରୁଛି ପୋଲିସ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବୁଡ଼ାଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ ଉଦ୍ୟମ, ସିସିଟିଭି କ୍ୟାମେରା ଭାଙ୍ଗିବା ଘଟଣା ତଦନ୍ତ ଆରମ୍ଭ କରିଛି ବାଲିଗୁଡା ପୋଲିସ ସନ୍ଧାନୀ କୁକୁର ,ଫରେନ୍ ସିକ ଟିମ ଆସି ବୁଡ଼ାଗୁଡା ପଞ୍ଚାୟତ ପରିସରରେ ଥିବା ବ୍ୟାଙ୍କ ପାଖରେ ଥିବା ବୁଡ଼ାଗୁଡା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ  କେନ୍ଦ୍ର ରେ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତ ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ ।ସୂଚନା ଅନୁସାରେ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ପାଖାପାଖି ୫୦ ହଜାର ଟଙ୍କାରୁ ଉର୍ଦ୍ଧ ବ୍ୟାଙ୍କ ସମ୍ପତି କ୍ଷୟକ୍ଷତି ହୋଇଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳକ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି ଯେ, ଏଣିକି ବ୍ୟାଙ୍କ ଚାଲୁ ରହିବ କୌଣସି ଗ୍ରାହକ ଅସୁବିଧାରେ ସମ୍ମୁଖିନ ହେବ ନାହିଁ।।ତେବେ ବ୍ୟାଙ୍କ ରୁ ଭାଙ୍ଗିଥିବା କ୍ୟାମେରା, ସେଟଲାଇଟ କେବୁଲ ଏବଂ ସିକୁରିଟ ଆଲାରାମ ସିଷ୍ଟମ କୁ ସିସିଟିଭି ଇଞ୍ଜିନିୟର ହାଡ଼ିବନ୍ଧୁ ଉତରା ତୁରନ୍ତ କାଯ୍ୟକ୍ଷମ ହେବ ବୋଲି କହିଛନ୍ତି। ହେଲେ ପୋଲିସ ଅଭିଯୁକ୍ତ କେବେ ଧରିବାରେ ସଫଳ ହେଉଛି ତାହାହିଁ ଦେଖିବାକୁ ବାକି ରହିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ