ଜାତୀୟ ଆଲୋଚନାଚକ୍ର ରେ ଯୋଗ ଦେଲେ ଡକ୍ଟର ବିବେକାନନ୍ଦ ସିଂହ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିଂହପୁରଜିଲ୍ଲା ତିର୍ତୋଲବ୍ଲକ ଅଧିନ କନିମୁଳ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ ର ରାଜନୀତିବିଜ୍ଞାନ ବିଭାଗ ର ସହକାରୀ ପ୍ରଫେସର ଡ଼ଃ ବିବେକାନନ୍ଦ ସିଂହ , ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ଆୟୋଜିତ ସ୍ୱାଧୀନତାର ଅମୃତ ମହାମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ ଶହେପଚାଶତମ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ” ବର୍ତ୍ତମାନ ସମସ୍ୟା ର ସମାଧାନ ରେ ଗାନ୍ଧୀବାଦ ର ଭୂମିକା ” ଉପରେ ସନ୍ଦର୍ଭ ଜାତୀୟଆଲୋଚନାଚକ୍ର ରେ ତିର୍ତୋଲ କନିମୁଳ ସ୍ଥିତ ବାୟା ଅବଧୂତ କଲେଜ ର ଡ଼ଃ ବିବେକାନନ୍ଦ ସିଂହ ନିଜର ସନ୍ଦର୍ଭ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିବାର ଦେଖିବାକୁ ମିଳିଥିଲା , ତେବେ ଏହି ଉତ୍ସବ କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦଘାଟନ କରିଥିବାବେଳେ ପ୍ରଫେସର ମାନସ ବେହେରା , ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରକାଶଚନ୍ଦ୍ର ଷଡ଼ଙ୍ଗୀ , କଲିକତା ଭାରତୀୟ ବିଦ୍ୟାଭବନର ନିର୍ଦ୍ଦେଶକ ଜି ଭି ଶୁଭ୍ରମନ୍ୟମ , ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଆଇନୀଜୀଵି ଗୌରାଙ୍ଗ ଚରଣ ପରିଡା ପ୍ର ସୁମନ ଦାସ , ପ୍ର ମୌସୁମୀ ପଟ୍ଟନାୟକ, ପ୍ର ଚଣ୍ଡୀ ଚରଣ ରଥ , ପ୍ର ବିଷ୍ଣୁଚରଣ ଚୌଧୁରୀ , ପ୍ର ପ୍ରତୀକ ମିଶ୍ର , ପ୍ର ନୃସିଂହ ପ୍ରସାଦ ମିଶ୍ର , ପ୍ର ମିହିରରଞ୍ଜନ ସେନାପତି ଓ ପ୍ରଫେସର ସୁଧୀରକୁମାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ,