ଜାତୀୟ କବି ବୀରକିଶୋର ଦାସଙ୍କ୧୨୪ତମ ଜୟନ୍ତୀ ପାଳିତ
ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପରାଧୀନ ଭାରତର ସଂଗ୍ରାମୀ କବି ଜାତୀୟ କବି ବୀରକିଶୋର ଦାସଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଅଛି। ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପରିଷଦ ଓ ଭାଷା ସାହିତ୍ୟ ପରିଷଦ ପକ୍ଷରୁ ଜାତୀୟ କବି ବୀରକିଶୋର ଦାସଙ୍କ ସ୍ମୃତି ପୀଠରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହିତ କବିଙ୍କ ଉଚ୍ଛ୍ବସିତ ପ୍ରତିଭାର ଗୌରବ ଗାନ କରାଯାଥିଲା। କବି ଜଗତସିଂହପୁର ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ନିଜର ସଂଗ୍ରାମୀ କବିତା ରଚନା ପାଇଁ ସେ ଓଡ଼ିଶା ବାସୀଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିବା ସହିତ ଇଂରେଜ ମାନଙ୍କୁ ହଟାଇବା ପାଇଁ ଉତ୍କଳୀୟବାସୀଙ୍କ ମନରେ ସାହସ ସଞ୍ଚୟ ବାନ୍ଧିଥିଲେ। ଯାହାପାଇଁ ଇଂରେଜ ଶାଶକ ଦେଶରୁ ବିଦାୟନେଇଥିଲେ। କବିଙ୍କ ଶାଣିତ ଲେଖା କେବଳ ଓଡିଶା ନୁହେଁ ସାରା ଦେଶରେ ପ୍ରଶଂସା କରାଯାଉଥିଲା ଉପସ୍ଥିତ ବରିଷ୍ଠ କବି ଅଜୟ କୁମାର ବେହେରା, ଉମାକାନ୍ତ ନାୟକ, କୈଳାଶ ଚନ୍ଦ୍ର ସ୍ୱାଇଁ,ଶରତ ଚନ୍ଦ୍ର ପାତ୍ର,ବିଜୟ କୁମାର ପାତ୍ର,ପିନାକୀ ପ୍ରଧାନ,କୃଷ୍ଣ ଚନ୍ଦ୍ର ମହାନ୍ତି, ଦିଗମ୍ବର ସ୍ୱାଇଁ, ଦିଲ୍ଲୀପ କୁମାର ଦାସ, ପ୍ରଭାକର ଦାସ ଓ ଜିତେନ୍ଦ୍ର ମହାପାତ୍ର।