ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଫୋକସରେ ୫ ଟି

ଭୁବନେଶ୍ବରର ଗାନ୍ଧୀମାର୍ଗ ପରିବେର୍ତ୍ତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ। ସେ ଏହି ଅବସରରେ ଓଡ଼ିଶାର ବରପୁତ୍ର ସୁଭାଷ ଚନ୍ଦ୍ର ବୋଷ, ଡ଼ ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକ ପ୍ରମୁଖଙ୍କୁ ସ୍ମରଣ କରିଲେ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ୫ଞ କୁ ଭିତ୍ତି କରି ସରକାର କାମ କରୁଛନ୍ତି, ଆମର ପ୍ରତ୍ୟେକ କାର‌୍ୟ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ, ସାଧାରଣ ଲୋକଙ୍କ ମତାମତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଅକ୍ଟୋବର ୨ରୁ ଥାନା ଓ ହସ୍ପିଟାଲରେ ୫ଞ ଲାଗୁ ହେବ, ୧୫ ମାର୍ଚରୁ ସବୁ ସରକାରୀ କାର‌୍ୟ୍ୟାଳୟରେ ଲାଗୁ ହେବ ବୋଲି ସେ କହିଥିଲେ। ଫୋନ୍ ଯୋଗେ ଲୋକଙ୍କ ସହ ସେ ନିଜେ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ବି ଲୋକଙ୍କ ସହ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା ଅବସରରେ ମୋ’ ସରକାର କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ