ଜାତୀୟ ବିଜ୍ଞାନ ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଓ ଏନସିସି ଶିକ୍ଷକ

ରାଇରଙ୍ଗପୁର:ମୟୂରଭଂଜ ଜିଲ୍ଲାର ବାରିପଦାସ୍ଥିତ ସ୍ୱାଗତିକା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷାପ୍ରଶାସନ ଓ ନାସା ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ହୋଇଥିବା ଜାତୀୟ ବିଜ୍ଞାନ ଦିବସରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଂଜନ ନନ୍ଦ ବିଜ୍ଞାନ ଶିକ୍ଷା ସହ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ତଥା ଚଳିତ ବର୍ଷର ବିଜ୍ଞାନ ମେଳାରେ ତାଙ୍କ ଗାଇଡରେ ପ୍ରସ୍ତୁତ ହୋଇଥିବା “ପ୍ରକଳ୍ପ’ସହଜ ଗଣିତ ଶିକ୍ଷା’ ରାଜ୍ୟ ସ୍ତରୀୟ ବିଜ୍ଞାନମେଳା ରେ ଉଚ୍ଚ ପ୍ରଶଂସିତ ହେବା ସହ କୋଲକାତାରେ ଜାତୀୟ ସ୍ତରୀୟ ବିଜ୍ଞାନମେଳାରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ, ସଭାପତି ଅଧ୍ୟାପକ ସମରେନ୍ଦ୍ର ବସା,, ମୁଖ୍ୟବକ୍ତା ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଡଃ ମନୋଜ କୁମାର ଚାନ୍ଦ,, ସମ୍ମାନିତ ଅତିଥି ଜଗନ୍ନାଥ ସାହୁ,,ନାସା ଫାଉଣ୍ଡେସନ ସଭାପତି ଡ଼ଃ ସରୋଜ ନାୟକ, ଶିକ୍ଷାବିତ୍ ସୁଦର୍ଶନ ପଣ୍ଡା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶିକ୍ଷକ ରଂଜନ ନନ୍ଦଙ୍କୁ ତାଙ୍କର ସାଧନା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ନନ୍ଦଙ୍କ ସଫଳତା ପାଇଁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ,ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜନ ମହାନ୍ତ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରମାନେ ଖୁସି ହେବା ସହ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ