ରାଇରଙ୍ଗପୁର ସୂଚନା କେନ୍ଦ୍ର ଓ ପାଠାଗାର ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ।ରାଜ୍ୟରେ ପାଠାଗାର , ସୂଚନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । “ମୋ ସରକାର ” ରେ ୩ ମାର୍ଚ୍ଚ-୨୦୨୦ରେ ପାଠାଗାର ଓ ସୂଚନା କେନ୍ଦ୍ରର ଭିତ୍ତିଭୂମି, ପାଠାଗାରକୁ ଆକର୍ଷଣ କରିବା, ସମସ୍ତ ଅଂଚଳରେ ପାଠାଗାର ବ୍ୟାପକ ପ୍ରସାର, ପାଇଁ ସରକାର ଅନ୍ତର୍ଭୁକ୍ତ କରିଛନ୍ତି ।ଏଥିରେ ପାଠାଗାରକୁ ଅଧ୍ୟୟନ ପାଇଁ ଆସୁଥିବା ପ୍ରତ୍ୟେକ ପାଠକପାଠିକାଙ୍କ ଟେଲିଫୋନ ରେଜିଷ୍ଟ୍ରେସନ କରାଯିବ । ଏହାଦ୍ବାରା ଆପଣଙ୍କ ନମ୍ବରକୁ ‘ମଞ ସରକାର’ପୋର୍ଟାଲରୁ ଏସ୍ଏମ୍ଏସ୍ ସୂଚନା ପଠାଯାଇପାରିବ ।ଯଦି ଆପଣଙ୍କ ଟେଲିଫୋନ ନମ୍ବର ଏଠାରେ ରେଜିଷ୍ଟ୍ରେସନ ହୋଇନାହିଁ, କିମ୍ଵା ୨୪ଘଣ୍ଟା ମଧ୍ୟରେ ଆପଣଙ୍କ ଟେଲିଫୋନ ନମ୍ବରକୁ ଏସ୍ଏମ୍ଏସ୍ ସୂଚନା ଯାଇ ନାହିଁ,ତେବେ ସେ କ୍ଷେତ୍ରରେ ଆପଣ ୧୪୫୪୫ ନମ୍ବର କଲେ, ଆପଣଙ୍କ ଟେଲିଫୋନ ନମ୍ବର ରେଜିଷ୍ଟ୍ରେସନ ହୋଇପାରିବ ।ଏହା ସଂପୂର୍ଣ୍ଣ ଦେୟମୁକ୍ତ ଅଟେ ।’ମୋ ସରକାର’ ଯୋଜନାରେ ପାଠାଗାର ଅନ୍ତର୍ଭୁକ୍ତ ହୋଇଥିବାରୁ ବିଶଷତଃ ଛାତ୍ର ଛାତ୍ରୀ, ଭାଷାବିତ, ଲେଖକ,କବି, ଗବେଷକ ଲାଭାନ୍ବୀତ ହୋଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ