ଜାତୀୟ ମେଡ଼ିକାଲ କମିଶନ ବିଲକୁ କ୍ୟାବିନେଟ ଅନୁମୋଦନ

ଏମସିଆଇର ସ୍ଥାନ ନେବ ଜାତୀୟ ମେଡ଼ିକାଲ କମିଶନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ମେଡ଼ିକାଲ କମିଶନ ବିଲ, ୨୦୧୯କୁ ଅନୁମୋଦନ କରିଛନ୍ତି । ଏହି ବିଲ ଅନୁମୋଦନ ଲାଭ କରିବା ପରେ ବର୍ତମାନର ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ ମେଡ଼ିକାଲ କମିଶନ ପ୍ରତିଷ୍ଠା କରାଯିବ । ଏହି ବିଲ ବର୍ତମାନ ପ୍ରଚଳିତ ଇଣ୍ଡିଆନ ମେଡ଼ିକାଲ କାଉନସିଲ ଆଇନ ୧୯୫୬ର ସ୍ଥାନ ନେବ ।ଏହି ବିଲର ବିଶେଷତ୍ୱ ହେଉଛି ଡାକ୍ତରୀ ସ୍ନାତକ (ଏମବିବିଏସ) ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଜାତୀୟ ପ୍ରସ୍ଥାନ ପରୀକ୍ଷା (ନେକ୍ସଟ) ଭାବେ ପରିଚିତ ହେବ । ଏହା ସ୍ନାତକୋତର ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ତଥା ବିଦେଶୀ ଡାକ୍ତରୀ ସ୍ନାତକମାନଙ୍କ ପାଇଁ ସ୍କ୍ରିନିଂ ଟେଷ୍ଟ ଭାବେ ବିବେଚିତ ହେବ ।
ଦେଶରେ ଗୋଟିଏ ସାଧାରଣ ମାନକ ଲାଗି ନିଟ, କମନ କାଉନସେଲିଂ ଏବଂ ନେକ୍ସଟ ଆଦି ଜାତୀୟ ପ୍ରବେଶିକା ପରୀକ୍ଷା ଏମ୍ସ ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥାନରେ ଉପଯୋଗୀ ହେବ ।ଘରୋଇ ମେଡ଼ିକାଲ କଲେଜ ଓ ଏକକ ବିଶ୍ୱବିଦ୍ୟାଳୟର ୫୦% ସିଟରେ ଫି’ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଏହି କମିଶନ ନିୟନ୍ତ୍ରଣ କରିବେ ।ମେଡ଼ିକାଲ ଆସେସମେଂଟ ଓ ରେଟିଂ ବୋର୍ଡ (ଏମଏଆରବି) ମେଡ଼ିକାଲ କଲେଜଗୁଡ଼ିକର ଅନୁଧ୍ୟାନ କରିବ ଏବଂ ମେଡ଼ିକାଲ କଲେଜଗୁଡ଼ିକୁ ର‌୍ୟାଙ୍କ ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବ । ଫଳରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ନାମଲେଖା ନିମନ୍ତେ ସଠିକ ମେଡ଼ିକାଲ କଲେଜ ଚୟନ କରିପାରିବେ ।ଏସବୁ ପଦକ୍ଷେପ ଦ୍ୱାରା ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ଏବଂ ନାମଲେଖା ଫି’ ହ୍ରାସ ପାଇବ ।ଜାତୀୟ ମେଡ଼ିକାଲ କମିଶନର ୪ଟି ସ୍ୱାୟତ ପରିଷଦ ରହିବ ଯଥା -ସ୍ନାତକ ଡାକ୍ତରୀ ଶିକ୍ଷା ବୋର୍ଡ, ସ୍ନାତକୋତର ଡାକ୍ତରୀ ଶିକ୍ଷା ବୋର୍ଡ, ମେଡ଼ିକାଲ ଆସେସମେଂଟ ଓ ରେଟିଂ ବୋର୍ଡ ଏବଂ ନୀତି ଓ ମେଡ଼ିକାଲ ପଞ୍ଜିକରଣ ବୋର୍ଡ ।ଜାତୀୟ ମେଡ଼ିକାଲ କମିଶନ ଏବଂ ସମ୍ପୃକ୍ତ ବୋର୍ଡଗୁଡ଼ିକ ଉତ୍ସାହୀ ଏବଂ ଆଧୁନିକ ଚିକିତ୍ସା ପରିବେଶ ସୁନିଶ୍ଚିତ କରିବେ, ଭୌତିକ ଭିତିଭୂମି ହ୍ରାସ ଉପରେ ଗୁରୁତ୍ୱ ଦେବେ, ବିଶ୍ୱସ୍ତରୀୟ ମାନକ ସର୍ତାବଳୀ ତଥା ଏକ ପ୍ରଭାବୀ ଅଭିଯୋଗ ସମାଧାନ ବ୍ୟବସ୍ଥା ହାସଲ କରିବା ଦିଗରେ କାର୍ଯ୍ୟ କରିବେ । ଚିକିତ୍ସା ପରାମର୍ଶ ପରିଷଦ ଏବଂ ଆୟୋଗରେ ରାଜ୍ୟ ଚିକିତ୍ସା ପରିଷଦ ଜରିଆରେ ନିର୍ବାଚିତ ସଦସ୍ୟମାନଙ୍କୁ ବ୍ୟାପକ ପ୍ରତିନିଧିତ୍ୱ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି ।ସ୍ୱାୟତ ବୋର୍ଡର କ୍ଷମତା ୩ରୁ ୫କୁ ବୃଦ୍ଧି ପାଇଛି ଏବଂ ଏଥିରେ ଦୁଇ ଜଣ ଅସ୍ଥାୟୀ ସଦସ୍ୟଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ସରକାରଙ୍କ ଦ୍ୱାରା ଚୟନିତ ଡାକ୍ତର ଏବଂ ଅନ୍ୟ ଜଣେ ରାଜ୍ୟ ଚିକିତ୍ସା ପରିଷଦରୁ ନିର୍ବାଚିତ ଡାକ୍ତର ରହିବେ ।ସ୍ନାତକ ଏବଂ ସ୍ନାତକୋତର ବୋର୍ଡ ଦ୍ୱାରା ଧାର୍ଯ୍ୟ ମାନକ ଆଧାରରେ ନୂଆ ମେଡ଼ିକାଲ କଲେଜ ଖୋଲିବା, ସ୍ନାତକୋତର ପାଠ୍ୟକ୍ରମ ଆରମ୍ଭ କରିବା, ଡାକ୍ତରୀ ସିଟ ବଢ଼ାଇବା ଲାଗି ମେଡ଼ିକାଲ ଅନୁଧ୍ୟାନ ଏବଂ ରେଟିଂ ବୋର୍ଡ ଅନୁମତି ପ୍ରଦାନ କରିବ । ନୂଆ ମେଡ଼ିକାଲ କଲେଜ ପାଇଁ ଅନୁମତି ନବୀକରଣ ଅନୁମୋଦନ ପୂର୍ବରୁ ବିବେଚନା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ