ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ବେଲଗୁଣ୍ଠାରେ ବିରାଟ ଅଟୋରାଲି ଓ ସଚେତନତା ସଭା
ବେଲଗୁଣ୍ଠା- ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୧୧ ତାରିଖରୁ ଆରମ୍ଭ ହୋଇ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପ୍ରଚେଷ୍ଟାରେ ବେଲଗୁଣ୍ଠା ଠାରେ ଏକ ବିରାଟ ଅଟୋରାଲି ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ବେଲଗୁଣ୍ଠା ବସଷ୍ଟାଣ୍ଡ ପଡିଆଠାରେ ଘୁମୁସର ଅଞ୍ଚଳର ଜଣାଶୁଣା ସମାଜସେବୀ ଶୁଳପାଣୀ ଶତପଥୀଙ୍କ ସଂଯୋଜନାରେ ହୋଇଥିବା ସଚେତନତା ସଭାରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଡି ଚାଳକ ମାନେ ସଡକ ନିରାପତ୍ତା ନିୟମ ଉଲଂଘନ କରିବା ଦ୍ୱାରା ହେଉଥିବା ଦୁର୍ଘଟଣା ସେହି ବ୍ୟକ୍ତି ଅପେକ୍ଷା ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକାଶ କରିଥିଲେ,ଜୋରିମନା ଆଦାୟ ସମାଧାନର ପନ୍ଥା ନୁହେଁ, ବ୍ୟାପକ ସଚେତନତା ଦ୍ୱାରା ସୁରକ୍ଷିତ ଯାତ୍ରା ମୋର ଲକ୍ଷ୍ୟ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ରୁପେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ପରିବହନ ଅଧିକାରୀଙ୍କ ସଚେତନତା କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହ ପରିବହନ ଅଧିକାରୀ ଓ ପୋଲିସଙ୍କ ନିୟମିତ ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ ଓ ବ୍ଳକିଂ ଚେକିଂ ଯୋଗୁଁ ବହୁମାତ୍ରାରେ ଦୁର୍ଘଟଣା କମିଥିବା ପ୍ରକାଶ କରିଥିଲେ । ଓ.ଏମ.ଭି.ଡି ସବ୍ ଇନସପେକ୍ଟର ଯଶୋବନ୍ତ ଚିନ୍ନାରା ଯୋଗଦେଇ ସ୍କୁଲ ପିଲାମାନଙ୍କୁ ଅଟୋରେ ଓଭେର ଲୋଡ୍ କରି ନ ନେବାକୁ ପରାମର୍ଶ ଦେବାସହ ହେଲମେଟ୍ ପିନ୍ଧି ଗାଡି ଚଲାଇବା,ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା,ଦ୍ରୁତ ଗତିରେ ଗାଡି ନ ଚଲାଇବା,ମଦ୍ୟପାନ କରି ଗାଡି ନ ଚଳାଇବା,ସିଟ୍ ବେଲ୍ଟ ବ୍ୟବହାର କରିବା ପାଇଁ ଗୁରୁତ୍ୱ ଦେଇ ସଚେତନ କରାଇଥିଲେ ।ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅଟୋ ସଂଘର ସଭାପତି ଭୋଳାନାଥ ସ୍ୱାଇଁ ଓ ସଂପାଦକ ବିଚିତ୍ରାନନ୍ଦ ମଞ୍ଚାସୀନ ଥିଲେ ।ଲେମ୍ଭେଇର ଜଗାବଳିଆ ଦାସକାଠିଆ ଗୀତ ମାଧ୍ୟମରେ ସଡକ ସୁରକ୍ଷା ଉପରେ ସଚେତନ କରାଇଥିଲେ ।ସମାଜସେବୀ କୁନା କର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୁଲପାଣି ଶତପଥୀ ଏକ ନିଆରା ଢ଼ଙ୍ଗରେ ବିଭିନ୍ନ ଶ୍ଲୋଗାନ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ ।ଆଜି ୧୧.୩୦ମି ସମୟରେ ଭଞ୍ଜନଗର କେ.ଏସ.ୟୁ.ବି କଲେଜ ସମ୍ମୁଖରେ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରି ସମ୍ବୋଧିତ କରିଥିଲେ ।ଏହି ରାଲି ଭଞ୍ଜନଗର,ଭେଜିପୁଟ,ବାଉଁଶ ଲୁଣ୍ଡି,ନୁଆଗାଁ,ତନରଡା ମୁଖ୍ୟ ସଡକରେ ଆସି ବେଲଗୁଣ୍ଠାରେ ପହଞ୍ଚି ହାଟପଦା,ପ୍ରେସ୍ କ୍ଳବ ଛକ,ଆଳିଆ ସାହି,ଗୋପିନାଥ ସାହି,ପେଣ୍ଠ ସାହି,ବାଙ୍କ ବଜାର ଦେଇ ବସ୍ ଷ୍ଟାଣ୍ଡ ପଡିଆରେ ସଭାସ୍ଥଳରେ ପହଞ୍ଚି ଥିଲେ ।ଏହି ରାଲିରେ ଭଞ୍ଜନଗର,ଗୋବରା,ବେଲଗୁଣ୍ଠା,ଗାଙ୍ଗପୁର, ବଡବୋରସିଂ ଅଞ୍ଚଳର ପ୍ରାୟ ୩୦୦ଅଟୋ ସ୍ୱତଃ ପ୍ରବୃତ୍ତ ଭାବେ ଯୋଗ ଦେଇଥିଲେ ।


