ପାରଳାଖେମୁଣ୍ଡିରେ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ର୍ୟାଲି
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରୁ ଜିଲ୍ଲା ପରିବହନ ବିଭାଗ ତରଫରୁ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ବାଇକ ଶୋଭାଯାତ୍ରା ବାହାରି ପାରଳା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ସାହା ଓ ଜିଲ୍ଲା ଅରକ୍ଷୀ ଅଧ୍ୟକ୍ଷକ ସାରା ଶର୍ମା ସବୁଜ ପତକା ଦେଖାଇ ଶୁଭାକମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବହୁ ପୋଲିସ କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକେ ଭାଗ ନେଇଥିଲେ । ଏହି ଶୋଭାଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସଡ଼କ ସୁରକ୍ଷାକୁ ନେଇ ବିଭିନ୍ନ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନ କରାଯିବା ସହ ବାଇକମାନଙ୍କରେ ପ୍ଲା କାର୍ଡ ବାନ୍ଧି ଟ୍ରାଫିକ୍ ନିମୟ ଉପରେ ସଚେତନତା କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳନ ଓ ଅରକ୍ଷୀ ଅଧ୍ୟକ୍ଷକଙ୍କ ଦ୍ୱାରା ହେଲମେଟ ପରିଧ୍ୟାନ କରିଥିବା ଗାଡି଼ ଚାଳକମାନଙ୍କୁ ଥାନା ସମ୍ମୁଖରେ ଚକ୍ଲେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରାପ୍ରାପ୍ତ ପରିବହନ ଅଧିକାରୀ ରଂଜନୀ କାନ୍ତ ସ୍ୱାଇଁ, ଯାନବାହାନ ନିରୀକ୍ଷକ ବସନ୍ତ ମହାପାତ୍ର, ଥାନାଧିକାରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


