ଜାନୁୟାରୀ୧୬ରେ ଷଡବିଂଶତମରାଜ୍ୟସ୍ତରୀୟମକରମିଳନ ଓ ଲୁଇପାମହୋତ୍ସବ
ବାଲେଶ୍ୱର,: ଓଡିଆ ଭାଷା ସାହିତ୍ୟର ଆଦ୍ୟ ସଂରକ୍ଷକ ଭାବେ ସମ୍ମାନ ପାଇଥିବା ଲୁଇପାଙ୍କ ସାଧନା ପୀଠ ଭାବେ ସୁଖ୍ୟାତ ରାଢ଼ୋଠାରେ ଅନୁଷ୍ଠିତ ହେବ । ଷଡବିଂଶତମ ମକରମିଳନ ଓ ଲୁଇପା ଉତ୍ସବ ଯେଉଁଥିରେ ଯୋଗଦେବେ ସାରା ରାଜ୍ୟରୁ ବହୁ ସାରସ୍ୱତ ସାଧକ ଓ ସମାଜସେବୀ ଜାନୁୟାରୀ ୧୬ ତାରିଖରେ । ଏହି ଅବସରରେ ବିଶିଷ୍ଟ ସାରସ୍ୱତସାଧକ କଥାକାର ଶ୍ରୀ କାଳିକିଙ୍କର ଦାସଙ୍କୁ ପ୍ରଦାନ କରାଯିବ ରାଜ୍ୟସ୍ତରୀୟ ମକର ମିଳନ ସମ୍ମାନ ଓ ବିଶିଷ୍ଟକବି ଓ ପ୍ରତିଭାଶ୍ରୀର ମୁଖ୍ୟ ଶ୍ରୀ ପ୍ରଶାନ୍ତ ଦାସଙ୍କୁ ଲୁଇପାସମ୍ମାନ । ଏହାଛଡା ବାଣୀପୀଠର ମୁଖ୍ୟ ଡାଃ କୁମାର ବାବୁଲିଙ୍କୁ ଦେବକୁଣ୍ଡ ସମ୍ମାନ, କବୀ ପ୍ରମିଳା ପଣ୍ଡାଙ୍କୁ ମା ଟାଙ୍ଗରାଶୁଣି ସମ୍ମାନ, କବି ଓ ସ୍ମୃତିଲିପିର ସମ୍ପାଦକ ଶ୍ରୀ ଭୁବନମୋହନ ମହାନ୍ତିଙ୍କୁ ସମୀବୃକ୍ଷ ସମ୍ମାନ, ଶ୍ରୀ ଘନଶ୍ୟାମ ବିଶ୍ୱାଳଙ୍କ ଟାଙ୍ଗରିଆସମ୍ମାନ, ଶ୍ରୀ ଲୋଚନ ବେହେରାଙ୍କୁ ନଚିକେତା ସମ୍ମାନ ଓ ଶ୍ରୀ ପବିତ୍ରମୋହନ ବେହେରାଙ୍କୁ ପ୍ରଶାନ୍ତ ବେହେରାସ୍ମୃତିସମ୍ମାନ ପ୍ରଦାନ କରାଯିବ । ଏହାଛଡା ବିଶେଷ ସମ୍ମାନ ଭାବରେ ଶ୍ରୀ ବିଷ୍ଣୁମୋହନ ବେହେରାଙ୍କୁ କବିକମଳ ସମ୍ମାନ, ଶ୍ରୀମତୀ ସତ୍ୟଭାମା ଜେନାଙ୍କୁ କବିକାଞ୍ଚନସମ୍ମାନ, ପଣ୍ଡିତ ପ୍ରିୟବ୍ରତ ପଣ୍ଡାଙ୍କୁ ପ୍ରତିଭାମଣି ସମ୍ମାନ, ଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟଙ୍କୁ ଦେବଭାଷାସମ୍ମାନ, ଶ୍ରୀମତୀ ମନ୍ଦାକିନୀ ସାହୁଙ୍କୁ କବିଭାରତୀ ସମ୍ମାନ, ଶ୍ରୀମତୀ ସୁବାସିନୀ ଜୀଙ୍କୁ କବିସୁରଭି ସମ୍ମାନ, ଶ୍ରୀ ହିମାଦ୍ରୀ ଶେଖର ପାଲଙ୍କୁ ସାମ୍ବାଦିକସଞ୍ଜୟ ସମ୍ମାନ ତଥା ଶ୍ରୀ ରମେଶଚନ୍ଦ୍ର ପୃଷ୍ଟିଙ୍କୁ ଯୁବସମାଜସେବୀ ସମ୍ମାନ ଦିଆଯିବ ।
ବାବା ଯଶେଶ୍ୱରମହିଳାମହାସଂଘ, ରାଢ଼ୋ, ରାଜ୍ୟସ୍ତରୀୟମକରମିଳନ ପାଳନ ସଂସଦ, ମା’ ଟାଙ୍ଗରାଶୁଣୀ ପୀଠ କପ୍ତିପଦା ଓ ଚିନ୍ତାମଣି ସ୍ମୃତିପରିଷଦ ଉଦଳାର ସଂଯୁକ୍ତ ସହଯୋଗରେ ଦିବସବ୍ୟାପି କାର୍ଯ୍ୟକ୍ରମ ଶମୀବୃକ୍ଷ ପର୍ଯ୍ୟଟନ ବଳୟର ଅନନ୍ୟ ଦର୍ଶନୀୟ କ୍ଷେତ୍ର ଲୁଇପାଙ୍କ ସାଧନା ପୀଠ ରାଢ଼ୋଠାରେ ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ ଘଟିକାରେ ଓଡିଆସାହିତ୍ୟର ସୁରକ୍ଷା ଓ ସିଦ୍ଧ ପୁରୁଷ ଲୁଇପା ସନ୍ଦର୍ଭରେ ଏକ ଆଲୋଚନାଚକ୍ର ଅନୁଷ୍ଠିତହେବ । ଯାହାକୁ ରାଜ୍ୟସଭା ସଦସ୍ୟ ଶ୍ରୀମତୀ ସରୋଜନୀହେମ୍ବ୍ରମ ଉଦ୍ଘାଟନ କରିବେ । ମୁଖ୍ୟ ଅତିଥୀ ଭାବରେ ଭୂମିକନ୍ୟା ଓ ରେବତୀ ପତ୍ରିକାର ସମ୍ପାଦିକା ଶ୍ରୀମତୀ ସୁବାସିନୀ ଜେନା ଓ କବି ପ୍ରଶାନ୍ତ ଦାସମୁଖ୍ୟବକ୍ତା, ଶ୍ରୀ ଶରତଚନ୍ଦ୍ର ନାୟକ ବରେଣ୍ୟ ଅତିଥୀ, ଶ୍ରୀ କାଳିକିଙ୍କର ଦାସ ବିଶିଷ୍ଟବକ୍ତା ତଥା ଶ୍ରୀ ଭୁବନମୋହନ ମହାନ୍ତି, ଡଃ ଦିଲୀପ କୁମାର ଦିକ୍ଷିତ୍, ଶ୍ରୀ ରମେଶଚନ୍ଦ୍ର ନାୟକ, ଶ୍ରୀ ଅଭୟ ଦାସ ଆଦି ବହୁ ବିଶିଷ୍ଟବ୍ୟକ୍ତି ସମ୍ମାନିତ ବକ୍ତାଭାବରେ ଯୋଗ ଦେବେ ।
ଅପରାହ୍ନର ଦ୍ୱିତୀୟ ଅଧୀବେଶନରେ ନୂଆକବିତାରସ୍ୱର ଓ ସ୍ୱାକ୍ଷର ଉପରେ ଆଲୋଚନା ହେବ । ଶ୍ରୀଯୁକ୍ତ ଶରତଚନ୍ଦ୍ର ମହାପାତ୍ରଙ୍କ ପୋ÷ରହିତ୍ୱରେ ଏହି ଅଧୀବେଶନରେ ଦୀନକୃଷ୍ଣ ସ୍ମୃତି ପରିଷଦର ସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ବିଶ୍ୱାଳ ମୁଖ୍ୟ ଅତିଥୀ ଓ କବି ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ଗିରି ମୁଖ୍ୟବକ୍ତା ଭାବରେ ଯୋଗ ଦେବେ । ସମ୍ମାନିତ ବକ୍ତାଭାବରେ ଶ୍ରୀଯୁକ୍ତ ଗଙ୍ଗାଧର ଦାସ ଯୋଗଦେଉଥିଲାବେଳେ ସମ୍ମାନୀତ ଅତିଥୀ ଭାବରେ ଶ୍ରୀଯୁକ୍ତ ପର୍ଶୁରାମ ସାହୁ, ଶ୍ରୀଯୁକ୍ତ ଆଦିକନ୍ଦ ଦେ, ଶ୍ରୀଯୁକ୍ତ ଶାନ୍ତନୁ ପଟ୍ଟନାୟକ, ଶ୍ରୀଯୁକ୍ତ ଘନଶ୍ୟାମ ବିଶ୍ୱାଳ, ଶ୍ରୀଯୁକ୍ତ ଶଶିରଞ୍ଜନ ମଲ୍ଲିକ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାଳିକ, ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ବୁଗୁଡେଇ, ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଯାପନୀ ସମାରୋହରେ ବିଶିଷ୍ଟ କବି ଓ ଲେଖକମାନଙ୍କୁ ସମ୍ମାନ ପ୍ରଦାନ କରାଯିବ ବୋଲି ରାଜ୍ୟସ୍ତରୀୟ ମକରମିଳନ ଓ ଲୁଇପା ମହୋତ୍ସବର ସଂଯୋଜକ ଇଂ ସୁଶାନ୍ତ କୁମାର ବେହେରା, ଶ୍ରୀ ସର୍ବେଶ୍ୱର ଜେନା ଓ ବାବା ଯଶେଶ୍ୱର ମହିଳାମହାସଂଘର ସଭାପତି ଶ୍ରୀମତୀ ବିଷ୍ଣୁପ୍ରିୟା ବିଶ୍ୱାଳ ସୂଚନା ଦେଇଛନ୍ତି ।