‘ଜନପ୍ରିୟ’ର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ

ବାଲେଶ୍ୱର,: ସମାଜକୁ ସୁନ୍ଦର ଭାବେ ଗଢ଼ି ତୋଳିବା ସହ ଅବସ୍ଥାପିତ ସମସ୍ତଙ୍କୁ ନୂତନ ଦିଗ୍ଦର୍ଶନ ଦେବା କ୍ଷେତ୍ରରେ ସମ୍ବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହି ପରିପ୍ରେକ୍ଷୀରେ ଉକ୍ରୃଷ୍ଟମାନର ଖବର ପରିବେଷଣ ଦିଗରେ ଦୀର୍ଘ ୨୫ ବର୍ଷରେ ପଦାର୍ପଣ କରିଥିବା ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ ଓଡିଆ ସମ୍ବାଦପତ୍ର ‘ଜନପ୍ରିୟ’ର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଟାଉନହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କର ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ । ଦୀର୍ଘ ୨୫ ବର୍ଷ ଧରି ସମ୍ବାଦ କ୍ଷେତ୍ରରେ ‘ଜନପ୍ରିୟ’ ଜନତାଙ୍କ ପାଖରେ ପ୍ରିୟଭାଜନ ହୋଇ ରହି ପାରିଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଉପସ୍ଥିତ ରହି ନିଜ ବକ୍ତବ୍ୟରେ ସମ୍ବାଦପତ୍ର ସଦାସର୍ବଦା ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ସହାୟକ ହୋଇ ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ସହାୟକ କହେବ ବୋଲି ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା କର୍ମଜୀବୀ ସଂଘର ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ, ‘ଜନପ୍ରିୟ’ ସମ୍ବାଦପତ୍ରର ପ୍ରତିଷ୍ଠାତା ଲକ୍ଷ୍ମୀଧର ବେହେରା, କ୍ରାଇମ ଡିଏସପି ଉମେଶ ପଣ୍ଡା, ଆରଟିଓ ବିକାଶ ଚୌଧୁରୀ, ‘ଜନପ୍ରିୟ’ର ମୁଖ୍ୟ ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ, ସମ୍ପାଦକ ଉଜ୍ଜ୍ୱଳ ଚନ୍ଦ୍ର କର, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ଶତାଧିକ ସାମ୍ବାଦିକ ବନ୍ଧୁ ଏବଂ ଜ୍ଞାନୀଗୁଣିଙ୍କ ସହ ‘ଜନପ୍ରିୟ’ ସମ୍ବାଦପତ୍ରକୁ ଭଲ ପାଉଥିବା ସମସ୍ତ ପାଠକ ପାଠିକାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ