ଜାବିନପୁର ଗ୍ରାମରେ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ, ୩ ଗୁରୁତରେ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜାବିନପୁର ଗ୍ରାମରେ ରାଜନୈତିକ ଆକ୍ରୋଶ ରଖି ଦୁଇଟି ପରିବାର ଉପରେ ଆକ୍ରମଣ ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଆହତ ମାନଙ୍କୁ ପ୍ରଥମେ ଶାଳଣିଆଁ ଓ ପରେ ଭଦ୍ରକ ସ୍ଥାନାନ୍ତରିତ ହୋଇଥିବା ବେଳେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍କିତ ହେଉଛନ୍ତି। ଅଭିଯୋଗ ଅନୁଯାଇ ବିଜେପି ନେତା ଆଲୋକ ସେଠୀ ଗତକାଲି ଜାବିନିପୁର ଗ୍ରାମକୁ ଯାଇ କାର୍ତ୍ତିକ ସେନାପତିଙ୍କ ଘରେ ବସି ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ପ୍ରସ୍ତୁତି ବୈଠକସାରି ଆଲୋକ ସେଠୀ ପଳାଇ ଆସିବା ପରେ ଗତକାଲି ରାତି ୯ଟା ବେଳେ ସେହି ଗ୍ରାମର ଅଭିଜିତ ସେନାପତି ଆସି କାର୍ତ୍ତିକଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲେ। କାର୍ତ୍ତିକଙ୍କ ପରିବାର ଲୋକେ ପ୍ରତିବାଦ କରିବାରୁ ଅଭିଜିତ ସେନାପତି, ଅନାଦି ନାୟକ, ରଙ୍ଗାଧର ସେନାପତି, ମନୋଜ ନାୟକ, ଅଭିମନ୍ୟୁ ନାୟକ, ସନ୍ତୋଷ ନାୟକ, ନାରାୟଣ ନାୟକ, ପଙ୍କଜ ନାୟକ, ସୁଶିଲ ଜେନା, ଦେବକୀ ଜେନା ପ୍ରମୁଖ ଠେଙ୍ଗାବାଡି ସାହାଯ୍ୟରେ ଆକ୍ରମଣ କରିବାରୁ କାର୍ତ୍ତିକଙ୍କ ପୁଅ ପ୍ରଦ୍ୟୁମ୍ନ ସେନାପତି, ପ୍ରସନ୍ନ ସେନାପତି ଓ ପଡେ଼ାଶୀ ରବିନ୍ଦ୍ର ସେନାପତିଙ୍କ ସ୍ତ୍ରୀ ପଦ୍ମାବତୀ ସେନାପତି ଗୁରୁତର ଆହତ ହୋଇଛିନ୍ତି । ଆକ୍ରମଣ ବେଳେ ଅଭିଜିତ ପ୍ରସନ୍ନଙ୍କ ସ୍ତ୍ରୀ ଇତିଶ୍ରୀଙ୍କ ବେକରୁ ଏକ ସୁନା ଚେନ୍ ଛିଣ୍ଡାଇ ନେଇଛନ୍ତି। ଏନେଇ ବିଦ୍ୟୁତପ୍ରଭା ସେନାପତି ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ