ବିପିସିଙ୍କୁ ବଦଳି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିପିସିଙ୍କ ବଦଳି ଦାବିକରି ହାଟଡିହି ବ୍ଲକର ଅନେକ ପଞ୍ଚାୟତର ସରପଞ୍ଚ ମୁଖ୍ୟମନ୍ତ୍ରୀ ଙ୍କୁ ଦାତିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଦୁଇ ଦୁଇ ଥର କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେବି କୌଣସି ପଦକ୍ଷେପ ନିଆନ ଯିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ବ୍ଲକର କାର୍ଯ୍ୟରତ ବିପିସି ନିରଞ୍ଜନ ବାରିକ ଆବାସ ଯୋଜନା ହିତାଧିକାରି ମାନଙ୍କୁ ନାନା ପ୍ରକାର ହଇରାଣ ହରକତ କରାଉଛନ୍ତି। ଏହି ଯୋଜନାରେ ସାମିଲ ହେବା ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ଥିବାବେଳେ ସେମାନଙ୍କ ଠାରୁ ଆଧାରକାର୍ଡର ଜେରକ୍ସ କପି ସହିତ ସେମାନଙ୍କ ବ୍ୟାଙ୍କ ପାସବୁକର ନମ୍ବର ଦେଇଥିଲେ। କିନ୍ତୁ ବ୍ଲକର ୩୧ଟି ଯାକ ପଞ୍ଚାୟତରେ ଶହଶହ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ନଯାଇ ଅନ୍ୟ ଲୋକଙ୍କ ଏକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇଥିଲା। ପରବର୍ତ୍ତୀ ସମୟରେ ହିତାଧିକାରୀ ମାନେ ବ୍ଲକକୁ ବାରମ୍ଵାର ଦୌଡିବା ଦ୍ୱାରା ସେମାନଙ୍କୁ ନାନା ହଇରାଣ କରିବା ସହିତ ସେମାନଙ୍କ କାମ କରାଇଦେବି କହି ସେମାନଙ୍କ ଠାରୁ ଅର୍ଥ ଆଦାୟ କରିବା ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ହିତାଧିକାରୀ ମାନେ ଆବାସ ଯୋଜନା ଘର ନିର୍ମାଣ କରିବାପରେ ର୍ଜିଓଟେକ କରିବାପରେ ମଧ୍ୟ ସେମାନଙ୍କୁ ଦ୍ୱିତୀୟ କିସ୍ତି ନ ଦେଇ ଉଦ୍ଦେଶ୍ୟ ମୂଳକ ଭାବେ ମାସ ଦୌଡାଇବା ଦ୍ୱାରା ହିତାଧିକାରୀ ମାନେ ସେମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକପ୍ରତିନିଧି ମାନଙ୍କୁ ଅଯଥା ଦୋଷ ଦେଇଛନ୍ତି। ସେହିପରି ଅନେକ ପଞ୍ଚାୟତରେ ହିତାଧିକାରୀ ମାନେ ସେମାନଙ୍କ ପୁରୁଣା ଘରକୁ ଦେଖାଇ ବିପିସିଙ୍କୁ ହାତ କରି ଅନୁଦାନ ଉଠାଇ ନେଉଥିବା ବେଳେ ନୁତନ ଘର କରୁଥିବା ଲୋକଙ୍କୁ ହତାଶ ହେବାକୁ ପଡୁଛି ବୋଲି ଦର୍ଶାଇଛନ୍ତିି। ସେହିପରି ସରକାରଙ୍କ ନିୟମାନୁଯାୟୀ ଯେଉ ହିତାଧିକାରୀ ୧୨୦ ଦିନ ଭିତରେ ଆବାସ କାର୍ଯ୍ୟ ସମ୍ପୁର୍ଣ୍ଣ କରିବ ସେ ବୋନସ ବାବଦ ୧୦ହଜାର ଟଙ୍କା ପାଇବାକୁ ହକଦାର ହୋଇଥିବା ବେଳେ ସେମାନଙ୍କୁ ବ୍ଲକକୁ ଡକାଇ ତାଙ୍କଠାରୁ ଉକୋଚ଼ ଆଦାୟକରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅଧିକାଂଶ ସମୟ ଅଫିସ ସମୟରେ ଅଫିସରେ ନବସି ବାହାରେ ବୁଲିବା ଦ୍ୱାରା ହିତାଧିକାରୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ତାଙ୍କୁ ନପାଇ ନିରାଶ ହୋଇ ଫେରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ଅନେକ ଦୁନ୍ନୀତିରେ ଲିପ୍ତ ଥିବାରୁ ତାଙ୍କୁ ତୁରନ୍ତ ଏହି ବ୍ଳକରୁ ହଟାଇ ନିଆଯାଉ ବୋଲି ମରୈଗାଁ, ସମଣା, ଅକରୁଆ, ସଡ଼ଙ୍ଗ, ପଞ୍ଚୁଗୋଛିଆ, ଢେଙ୍କା, ଡ଼ଥଁର ପ୍ରଭୃତି ପଞ୍ଚାୟତର ସରପଞ୍ଚ ମାନେ ଦାବି କରିଛନ୍ତିି। ଏ ସମ୍ପର୍କରେ ବିପିସି ନିରଞ୍ଜନ ବାରିକଙ୍କୁ ପଚାରିବାରେ ସେ କହିଛନ୍ତିଯେ ପୂର୍ବରୁ ଏପରି ଅଭିଯୋଗ ଜିଲ୍ଲାପାଳଙ୍କୁ ମଧ୍ୟ କରିଥିଲେ।କିନ୍ତୁ ଅଭିଯୋଗରର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ