ଜାବିନୀପୁର ଗ୍ରାମରେ ବିଜେପି ପକ୍ଷରୁ ରିଲିଫ ବଣ୍ଟନ
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନିପୁର ଗ୍ରାମର ବନ୍ୟା ପ୍ରପୀଡ଼ିତ ମାନଙ୍କୁ ବିଜେପି ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପରେ ପରେ ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ଏହି ଗ୍ରାମର ଆଦିବାସୀ ବସ୍ତିଟି ପ୍ରଭାବିତ ହୋଇଥିଲା। ଅନେକ ପରିବାର ଜଳବନ୍ଦୀ ଜୀବନ ବିତାଇ ଥିଲେ। ଆଜି ବିଜେପି ପକ୍ଷରୁ ବନ୍ୟା ପ୍ରଭାବିତ ଜାବିନିପୁର ଗ୍ରାମର ୧୨୦ଆଦିବାସୀ ପରିବାରକୁ ଚୁଡା, ଗୁଡ଼, ବିସ୍କୁଟ, ଅମୁଲ ଆଦି ବଣ୍ଟନ କରାଯାଇଥିଲା। ବିଜେପି ଶାଳନିଆ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅବିନାଶ ସେନାପତି, ସମିତି ସଭ୍ୟ ତାରିଣୀ ସେନାପତି, ଅମ୍ଳାନ ନାୟକ, ସୁଭାସିସ ନାୟକ,ସୁରେନ୍ଦ୍ର ସେନାପତି, ସୁକାନ୍ତ ସେନାପତି, କ୍ରିଷ୍ଣା ସେନାପତି, ଶୁଭମ୍ ସେନାପତି,ପ୍ରଦ୍ୟୁମ୍ନ ସେନାପତି,କୁନା ସେନାପତି,ଅଶୋକ ନାୟକ, ସୁମନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ରିଲିଫ ସାମଗ୍ରୀକୁ ସୁଚାରୁରୂପେ ବଣ୍ଟନ କରିଥିଲେ।


