ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପୋଲସରା  (ଅନୀଲ କୁମାର ମହାରଣା):  ପୋଲସରା  ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର ରୁଖାକଣା ଗ୍ରାମର କ୍ଷେତ୍ରବାସୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାମରାଜ ସାହୁଙ୍କୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପବିତ୍ର ବିଶ୍ୱ ବନ୍ଧୁତ୍ଵ ଦିବସରେ  ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ କାମ୍ଫ ବାଢ଼େଇ , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ଦଳେଇ, ପୋଲସରା  ପ୍ରାଥମିକ ଶିକ୍ଷକ ସଂଘ  ସମ୍ପାଦକ ଅମିତାଭ ମିଶ୍ର, ସଂଯୋଜକ କୁଳମଣି ସାହୁ, କଳମ୍ବ  ସିଆରସିସି  ଅଜିତ କୁମାର ମହାପାତ୍ର, ମା’ ସି°ହାସନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାନ ବରଗାଁ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପାଢ଼ୀ, ବୁଢେଇଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଦ୍ରୀ ବିହାରୀ ମହାପାତ୍ର,ଏସ ଏମ୍ ସି ସଭାପତି ର°ଜିତ କୁମାର ପ୍ରଧାନ, ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବାନିବୃତ୍ତ  ସ୍ଥଳବାହିନୀ ସେନା  ଅଧିକାରୀ ଚିତ୍ରସେନ ବେହେରା, ଅଧ୍ୟାପକ ମନୋଜ କୁମାର ସାହୁ, ଶିକ୍ଷାବିତ୍ ଗତିକର ସାହୁ, ପରଶୁରାମ  ପ୍ରଧାନ, ବୃନ୍ଦାବନ ପ୍ରଧାନ, ତ୍ରିନାଥ ପ୍ରଧାନ, ରୁଖାକଣା ଗ୍ରାମ୍ୟ ପରିଚାଳନା କମିଟି ସଭାପତି  କୈଳାଶ ଚନ୍ଦ୍ର ପ୍ରଧାନଙ୍କ ସମେତ  ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଦୀର୍ଘ ୩୩ ବର୍ଷକାଳ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବରେ ରହି ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଓ ବିକାଶରେ ନିଜକୁ ସମର୍ପଣ କରି ଜୁଲାଇ ମାସ ୩୧ ତାରିଖ ଦିନ କାମରାଜ ସାର ଅବସର ଗ୍ରହଣ କରିଥିବା ବେଳେ ତାଙ୍କର ଅବସର ଜୀବନ ସୁଖ, ଶାନ୍ତି ଓ ନିରାମୟ ରହିବା ପାଇ କାମନା କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ,  ଅଭିଭାବକ ମଣ୍ଡଳୀ,  ପୁରାତନ ଛାତ୍ରଛାତ୍ରୀ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ପୁଷ୍ପ ମାଲ୍ୟା, ଉପଢ଼ୌକନ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ